ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମୋତ୍ସବ ତଥା ଭାରତର ପଞ୍ଚସ୍ତରୀ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ରାଉରକେଲା/ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର ଓ ସ୍କୁଲ ଆନୁକୂଲ୍ୟରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମୋତ୍ସବ ଓ ସ୍ୱାଧୀନତାର ପଞ୍ଚସ୍ତରୀତମ ଅମୃତ ମହୋତ୍ସବ ସିଭିକ ସେଣ୍ଟରେ ଠାରେ ଦିବସ ବ୍ୟାପୀ ପାଳନ ହୋଇଯାଇଛି ।ଏହି ଉପଲକ୍ଷେ ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନ ଆଧାରିତ ଏକ ସଦଭାବନା ରଥ ସହର ପରିକ୍ରମା କରିଥିଲା। ମୁଖ୍ୟ ଅତିଥି ଭାବେ ଏହି ଉତ୍ସବ କୁ ଉଦଘାଟନ କରି ଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଶତପଥି। ଏଥିରେ ଆବାହନ ମନ୍ତ୍ର ପାଠ କରିଥିଲେ ରାଜଗାଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲ ର ଛାତ୍ର ଛାତ୍ରୀ ବୃନ୍ଦ ତଥା ନମିତା ନାୟକ, ରଶରାଜ ନାୟକ । ଅନୁଷ୍ଠାନର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଲାବେଳେ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ବରେଣ୍ୟ ବକ୍ତା ଭାବେ ଯୋଗଦାନ କରି ଥିଵା ବରଗଡ ପଂଚାୟତ କଲେଜ ର ଇଂରାଜୀ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହୁ ଓ ହୃଷିକେଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭବେଶ ଚନ୍ଦ୍ର ସାହୁ ବିଶ୍ୱ ଇତିହାସ ରେ ଶ୍ରୀ ଅରବିନ୍ଦ ଙ୍କ ଜୀବନର କିଛି ଅନାଲୋଚିତ ଦିଗ ଉପରେ ଆଲୋଚନା କରିଥିଲେ । ଅପରାହ୍ନରେ ଯୋଗ ମନ୍ଦିର ଏନେକ୍ସ ହଲରେ ଶ୍ରୀ ଅରବିନ୍ଦଙ୍କ ଜୀବନ ସମ୍ପର୍କୀତ ଏକ କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସାଂନ୍ଧ୍ୟ ଅଧିବେଶନରେ ବରେଣ୍ୟ ଅତିଥି ଭାବେ ପାନପୋଷ ଉପ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରାକର , ଡକ୍ଟର ଚିତ୍ତରଞ୍ଜନ ସାହୁ ଓ ଭବେଶ ଚନ୍ଦ୍ର ସାହୁ ଯୋଗଦେଇ ଥିଲେ। ଏହି ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା ଙ୍କ ସଂଯୋଜନା ଡାକ୍ତର ପାତ୍ର ଓ ଚିତ୍ତରଂଜନ ନନ୍ଦୀଙ୍କ ପରିକଳ୍ପନା,ଗୌତମ ଦାସ ଙ୍କ ରଚିତ, ବବିତା ମହାଳିକ ଓ ଗୀତାରାଣୀ ବେହେରା ଙ୍କ ନିର୍ଦ୍ଦେଶିତ ତଥା ଭାସ୍କର ପୁହାଣଙ୍କ ସଂଗୀତ ନିର୍ଦ୍ଦେଶନା ରେ ନାଟକ ବୋଝ ପ୍ରଦର୍ଶିତ ହୋଇଥିଲା। ଏଥିରେ ଆଶିଷ,ସ୍ବୟଂ, ସ୍ମୃତି ରେଖା,ମନୁ, ନମନ, ଆଶୁତୋଷ,ସ୍ମୃତିରଂଜନ, ସୌମ୍ୟରଂଜନ ଓ ଗୀତାରାଣୀ ଅଭିନୟ କରିଥିଲା ବେଳେ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ଗୋଦାବରୀଶ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରି ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବିତା ସାହୁ   ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

ପଲlସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

Leave a Comment

error: Content is protected !!