ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣି ଘେରରୁ ୧୨ଜଣ ଶ୍ରମିକକୁ ଉଦ୍ଧାର କଲା ପ୍ରଶାସନ

ନବରଙ୍ଗପୁର –(ମନିସ) ଆଜି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ର ଚିର୍ମା ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ଵାରା ନିର୍ମାଣାଧୀନ ବ୍ରିଜ ରେ କାର୍ଯ୍ୟରତ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ଜନିତ ବର୍ଷା ପାଣି ଘେର ମଧ୍ୟରେ ରହି ଯାଇଥିଲେ। ଏହି ଖବର ପାଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତୁରନ୍ତ ନବରଙ୍ଗପୁର ଏବଂ କୋଷାଗୁମୁଡ଼ା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଏବଂ ତତକ୍ଷଣାତ ଅଗ୍ନିଶମ ବାହିନୀ ଏହି ବାର ଜଣ ଶ୍ରମିକ ଙ୍କୁ ପାଣି ଘେର ରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ନବରଙ୍ଗପୁର ଅଗ୍ନିଶମ ବିଭାଗ ର ମୋହନ ବେହେରା, ବିକାଶ ମାଝୀ, ମିଥୁନ ନାହାକ , ସାରଥି ପଟେଲ, ଗିରିଧର ଗଉଡ କୋଷାଗୁମୁଡ଼ା ଅଗ୍ନିଶମ ବିଭାଗ ର ଜଗଦୀଶ ମାଝୀ, ରୁଷିମନି ଧାରୁଆ, ଗଙ୍ଗା ରାଜୁ କାର୍ତ୍ତୃକା,ଉମାକାନ୍ତ ବାଘ ପ୍ରମୁଖ ସାମିଲ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ୍।

 

Related posts

କଣ୍ଟାଗାଁ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂଆଖାଇ ଭେଟଘାଟ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ମଧୁବାବୁ

Sunil Chandra Nayak

ବିଜୁ ସେତୁ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!