ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

ଡାବୁଗାଁ, ୮/୮ ଶ୍ରାବଣ ମାସର ପଞ୍ଚମ ସୋମବାର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ୩ ଘ॰ କେଲିଆ ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | ଏଥିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରଯାଇଥିଲା | ଏଠାରେ ପ୍ରାୟ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା | ଏହା ସହ ଡାବୁଗାଁ, ବିରିସୋଲା , ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରଯାଇଥିଲା |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ମ.ରାମପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ : ମେଧା ବୃତ୍ତି ପରୀକ୍ଷାରେ କୃତିତ୍ବ

ଝରିଗାଁ ବ୍ଲକରେ ଲଗାଣ ବର୍ଷା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ

Sunil Chandra Nayak

Leave a Comment

error: Content is protected !!