ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ତଥା ଧର୍ମପରାୟଣ ଅଜୟ ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର :ଭୂବନେଶ୍ବର ନୀଳାଦ୍ରି ବିହାର ଅଂଚଳର ବିଶିଷ୍ଟ ସମାଜସେବୀ ଅଜୟ ମହାନ୍ତି (୬୨)ଙ୍କ ଏକାଦଶାହରେ ବହୁମାନ୍ଯଗଣ୍ଯ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୁମ୍ବିନୀ ହୋଟେଲରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଜୟ ମହାନ୍ତି (୬୨) ଜଣେ ଧର୍ମପରାୟଣ, ସ୍ମିତହାସ୍ୟ, ପରୋପକାରୀ, ମିଷ୍ଟଭାଷୀ , ଜଣାଶୁଣା ସମାଜସେବୀ ବ୍ୟକ୍ତି ଥିଲେ ।୬୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ନୀଳାଦ୍ରି ବିହାର,ଶୈଳଶ୍ରୀ ବିହାର ଏବଂ ଭୂବନେଶ୍ବର ଆଖପାଖ ଅଂଚଳର ଜଣେ ଦରଦୀ ବନ୍ଧୁ ଥିଲେ । ଯେକୌଣସି ସମୟରେ ଯେତେବେଳେ ଯିଏ ବି ପହଞ୍ଚୁ ସେ ସାହଯୋଗର ହାତ ବଢାଇଥାନ୍ତି । ବିଭିନ୍ନ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହ ସେ ଯୋଡ଼ି ହୋଇଥିଲେ । ତାଙ୍କର ଦେହାନ୍ତରେ ଶୋକରେ ଛାୟା ଖେଳିଯାଇଥିଲା ।ଏକ ଅସମୟରେ ତାଙ୍କର ଦେହାନ୍ତ ଅଂଚଳରେ ଶୂନ୍ୟସ୍ଥାନ ଖେଳିଯାଇଛି ।ଅଂଚଳବାସୀ ମର୍ମାହତ ହୋଇଥିଲେ । ସ୍ଥାନୀୟ ଲୁମ୍ବିନୀ ହୋଟେଲରେ ତାଙ୍କ ଏକାଦଶାହରେ ବହୁମାନ୍ଯଗଣ୍ଯ ବ୍ୟକ୍ତି ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଜଣାଇଥିଲେ । ଜଗନ୍ନାଥ ମହାପ୍ରଭୁ ତାଙ୍କ ଅମର ଆତ୍ମାର ସ୍ଥିତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

ଦୁର୍ଗାପୂଜା ପାଇଁ ଚିଲିଗୁଡା ଗାଁ ଉତ୍ସବ ମୁଖର

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!