ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୁଳସୀ

ତୂଳସୀ

ମାନଗୋବିନ୍ଦ ସ୍ବାଇଁ

ତୋ ଧଣ୍ଡା ତୂଳସୀ ପାଇ ଦେଲ ତୁଣ୍ଡେ
   ମନ ହୁଏ ମୋ ପବିତ୍ର
ତୋ ଜଳ ପାଦୁକା ମୁଣ୍ଡରେ ପଡ଼ିଲେ
    ପାପ ଛାଡ଼ି ଯାଏ ମାତ୍ର।
ତୂଳସୀ ଜଳକୁ ପାପୁଲି ଧରିଲେ
     ଦେହ ମନ ହୁଏ ସୁସ୍ଥ
ତୂଳସୀ ଜଳକୁ ମନ୍ତ୍ର ପାଠ କଲେ
    ରୋଗ ଦୂର ଯେ ସମସ୍ତ।
ତୂଳସୀର ମାଳା ଗଳାରେ ପକାଇ
    ଯୋଗ ଧ୍ୟାନ କରି ଜପ
ସିଦ୍ଧି ଲାଭ ହୁଏ ପୁଣ୍ୟ ଫଳ ପ୍ରାପ୍ତି
    ଦିନକୁ ଛାଡୁଛି ପାପ।
ତୂଳସୀ ପ୍ରଭୁଙ୍କ ନିତି ବ୍ୟବହାର
    ପୂଜା ପାଇଁ ଯେ ସାମଗ୍ରୀ
ପ୍ରଭୁଙ୍କ ମହିମା ତୂଳସୀ ପତ୍ରରେ
     ଭକ୍ତ ପାଇଁ ଭକ୍ତି ମିଶ୍ରି।
ତୂଳସୀ ଦେବତା ସର୍ବ ଦେବ ପାଶେ
     ତା ଜଳକୁ କରୁ ପାନ
ତୂଳସୀର ଦାମ ଯିଏ ବୁଝି ପାରେ
   ଦେଖି ପାର ଭଗବାନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରେସ ମିଟ

Sunil Chandra Nayak

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

Sunil Chandra Nayak

Leave a Comment

error: Content is protected !!