ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୁଳସୀ

ତୂଳସୀ

ମାନଗୋବିନ୍ଦ ସ୍ବାଇଁ

ତୋ ଧଣ୍ଡା ତୂଳସୀ ପାଇ ଦେଲ ତୁଣ୍ଡେ
   ମନ ହୁଏ ମୋ ପବିତ୍ର
ତୋ ଜଳ ପାଦୁକା ମୁଣ୍ଡରେ ପଡ଼ିଲେ
    ପାପ ଛାଡ଼ି ଯାଏ ମାତ୍ର।
ତୂଳସୀ ଜଳକୁ ପାପୁଲି ଧରିଲେ
     ଦେହ ମନ ହୁଏ ସୁସ୍ଥ
ତୂଳସୀ ଜଳକୁ ମନ୍ତ୍ର ପାଠ କଲେ
    ରୋଗ ଦୂର ଯେ ସମସ୍ତ।
ତୂଳସୀର ମାଳା ଗଳାରେ ପକାଇ
    ଯୋଗ ଧ୍ୟାନ କରି ଜପ
ସିଦ୍ଧି ଲାଭ ହୁଏ ପୁଣ୍ୟ ଫଳ ପ୍ରାପ୍ତି
    ଦିନକୁ ଛାଡୁଛି ପାପ।
ତୂଳସୀ ପ୍ରଭୁଙ୍କ ନିତି ବ୍ୟବହାର
    ପୂଜା ପାଇଁ ଯେ ସାମଗ୍ରୀ
ପ୍ରଭୁଙ୍କ ମହିମା ତୂଳସୀ ପତ୍ରରେ
     ଭକ୍ତ ପାଇଁ ଭକ୍ତି ମିଶ୍ରି।
ତୂଳସୀ ଦେବତା ସର୍ବ ଦେବ ପାଶେ
     ତା ଜଳକୁ କରୁ ପାନ
ତୂଳସୀର ଦାମ ଯିଏ ବୁଝି ପାରେ
   ଦେଖି ପାର ଭଗବାନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ୫ମ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!