ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

  ବର୍ଷା

ଉପେନ୍ଦ୍ର କୁମାର ବସ୍ତିଆ

   
ସାଇଁସାଇଁ ଶବ୍ଦ କରି ବର୍ଷା ଆସେ 
ଧାଇଁ ଧାଇଁ ବହୁଦୂର ପାହାଡ 
ଶିଖରୁ ବିଲ ବନ ନଦୀ ପଠା
ଆଉ ଜଜନପଦ ଡେଇଁ ।
ବର୍ଷା ଆସେ କଳାପାଟ ପିନ୍ଧି 
ଶୋଢ଼ଶୀ ଯୁବତୀ ପରି ଓଢ଼ଣୀ 
ପକାଇ,ନାଚେ ଥେଇଥେଇ କଟି 
 ଦୋହଲାଇ ଗାଆଁ ଦାଣ୍ଡ ପିଚୁରାସ୍ତା 
ସବୁଜ ବାନାନିଦେଇ । ଡା କବାଲା
 ଚିଠି ଦେଇଁଯାଏ ଭିଜି ଭିଜି
 ଟିପିଟିପି ବରଷାରେ।ମୋପ୍ରିୟା   
ଲେଖିଛି ଚିଠିଗୋଲାପ ପାଖୁଡ଼ାରେ,
 କେତକୀର କଲମ ମୁନରେ,
ହେନାର ଅତର ଢ଼ାଳି ମହମହ
ବାସନା ଭିତରେ ।ମୋ ପ୍ରିୟା
ଆଜି ବହୁଦୂରେ ବନ୍ଦିନୀ କା 
ଅନ୍ତପୁରେ ବଧୁ ସାଜି ବସି
ଥିବ ନିରିମାଖି ନୀରବରେ,
କେଜାଣି କାହିଁକି ଆଜି ମନେପଡେ 
ଏ ବର୍ଷଣ ନିଝୁମ ରାତିରେ ।ତା
 ପାଦ ପିନ୍ଧା ପାଉଁଜିର ଶବ୍ଦ ପରି
 ବର୍ଷା ଝରେ ଆକାଶରୁ ରୁଣୁଝୁଣୁ
 ଶବ୍ଦକରି ମନେ ହୁଏ ସାଥିମୋର 
ଆସୁଅଛି ଧୀରେ ପାଦ ଥାପି 
ଥାପି ବାସର ରାତିରେ ।ନିଶାର୍ଦ୍ଧ
ରାତିରେ ସ୍ବପ୍ନ ଦେଖେ ସାଥୀ
ମୋତେ କହୁଥାଏ ଧିରେ ଧିରେ
 ଏ ଶୁଣିଛ ! ଏ ବର୍ଷାରେ ଭିଜେଇ  
ଭିଜେଇ ତୁମେ ମୋତେ କୁଆଡେ  
 ନେଉଛ ଅଳକା ପୁରୀର କଳିକା
  ଟିଏ ମୁଁ, ମୋ ରାଣ ମୋ ହାତ ଦିଅ 
ଛାଡି ସତେ ତୁମେ କଣ ଏତେ ଦୁଷ୍ଟ, 
ଜାଣୁ ଜାଣୁ ଭାଙ୍ଗି ଦେଲ ମୋ ହାତର
ଚୁଡ଼ି ।ତନ୍ଦ୍ରା ଭୋଳେ ପ୍ରିୟା ଭାବି 
ତକିଆକୁ ଭିଡ଼ି ଧରେ ମୁଁ କାମୁଡି ।
ବର୍ଷାପରି ଲୁହମୋର ମୋ ଆଖିରୁ
 ଟପ୍ ଟପ୍ ହୋଇ ପଡ଼ଇ ନିଗିଡ଼ି ।

ରାଉରକେଲା

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବୁଲା ଡାକ୍ତର

Sunil Chandra Nayak

Leave a Comment

error: Content is protected !!