ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ସ୍ନାତକ ପରୀକ୍ଷା ଟପ୍ ଟେନ ରେ ଧର୍ମଗଡ ର ସୋନମ୍ ମେହେର 

ଧର୍ମଗଡ:୧୦/୮/୨୨: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ରେ ହେଉଥିବା ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା (ସେମିଷ୍ଟର) ଫଳ ପ୍ରକାଶିତ ହୋଇଛି । ବିଶ୍ବବିଦ୍ୟାଳୟ ପକ୍ଷ ରୁ ଗୃହ ବିଜ୍ଞାନ ବିଷୟ ରେ ପ୍ରକାଶିତ ଟପ୍ ଟେନ ତାଲିକା ରେ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ସୋନମ୍ ମେହେର ସ୍ଥାନିତ ହୋଇ ଛନ୍ତି । ମୋଟ ୮.୫୪ ସିଜି ପିଏ ଗ୍ରେଡ ରଖି ସେ ଦଶମ ସ୍ଥାନ ରେ ରହି ଉତ୍ତୀର୍ଣ୍ଣ ହେବା ସହ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା ଖୁସି ବ୍ୟକ୍ତ କରି ଗୃହ ବିଜ୍ଞାନ ବିଷୟ ଅଧ୍ୟାପିକା ଅନିତା ସାହୁ ଙ୍କ ନୀରବଛନ୍ନ ଉଦ୍ୟମ ଓ ଛାତ୍ରୀ ଙ୍କ ପରିଶ୍ରମ କୁ ଏହି ଶ୍ରେୟ ଦେଇଛନ୍ତି । ମହାବିଦ୍ୟାଳୟ ର ଅଧ୍ୟାପକ ସରୋଜ କୁମାର ମେହେର, ଅଧ୍ୟାପିକା ଜୟନ୍ତୀ ମୁଦୁଲି, ସୁଜାତା ମହାନ୍ତି, ପଦ୍ମାଳୟା ଦଣ୍ଡ ସେନା, ସୋଦନ ନାଏକ, ଲକ୍ଷପତି ନାଏକ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଛାତ୍ରୀ ଙ୍କ ସଫଳତା ନେଇ ଖୁସି ପ୍ରକଟ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ଏହି ମହାବିଦ୍ୟାଳୟ ର ତିନି ଜଣ ଛାତ୍ରୀ ବିଶ୍ଵବିଦ୍ୟାଳୟ ଟପ୍ ଟେନ ତାଲିକା ରେ ସ୍ଥାନ ହାସଲ କରି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

ଜେସିବି ଗାଡି ଚୋରି କରି ବିକ୍ରି ଅଭିଯୋଗ, ଚୋର ଓ କ୍ରେତା ଗିରଫ 

Sunil Chandra Nayak

ଲଡୁଗାଁ ରେ ମହାସମାରୋହ ରେ ଲକ୍ଷ୍ମୀ ପୂଜାର୍ଚ୍ଚନା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!