ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ରାଜକୁମାରଙ୍କ ଘର ଭାଙ୍ଗିଲା,ଅଳ୍ପେକ ବର୍ତିଲେ ପରିବାର

ଗୋଳାମୁଣ୍ଡା/୯/୮/ମସିହା/ଲଘୁଚାପଜନିତ ଲଗାଣ ବର୍ଷାରେ ଗୋଳାମୁଣ୍ଡା ବ୍ଲକରେ ଅଧିକାଂଶ  ଗରୀବ ଖଟିଖିଆ ପରିବାରଙ୍କ ଘର ଭୁଶୁଡି ଯାଇଛି, ସେହି ପରିବାରଙ୍କ ମଧ୍ୟରୁ  ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚପରିଆ ଗ୍ରାମର ରାଜକୁମାର ବାଗ ଙ୍କ ଘର ଆଜି ସକାଳେ ଭାଙ୍ଗି ଯାଇଛି,ହେଲେ ଚାରି ପରିବାର ଅଳ୍ପେକ ବର୍ତିଲେ,ରାଜକୁମାର ବାଗ ଜଣେ ହରିଜନ ଶ୍ରେଣୀର ଗରୀବ ପରିବାର ହେତୁ ପୁରଣା ଦଦରା ଘରକୁ ମରାମତି କରିବାରେ ସକ୍ଷମ ନ ଥିବାରୁ ଗତବର୍ଷ ଘର ପାଇଁ ପଞ୍ଚାୟତରେ ଜଣାଇ ଥିଲେ ମଧ୍ୟ କେହି ଶୁଣିଲେ ନାହିଁ   ଯାହା ଫଳରେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଚାରି ଚାରି ପରିବାରଙ୍କ କୌଣସି ପ୍ରକାର ଦୁର୍ଘଟଣା ଘଟି ନାହିଁ,କିନ୍ତୁ ଘର ଭାଙ୍ଗିବା ଦ୍ବାରା ଚାରି ପରିବାର ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଚପରିଆ ସରପଞ୍ଚ, ଓ ସମିତି ସଭ୍ୟା ଙ୍କୁ ଜଣାଇବାରୁ ଖବର ପାଇ ରାଜସ୍ୟ ନିରୀକ୍ଷଙ୍କ କେଗାଁ ତଦନ୍ତ କରିଥିଲେ,ହେଲେ ପୋଲିଥିନ ଏ ପର୍ଯ୍ୟନ୍ତ ମିଳି ନାହିଁ, ସେହି ଝଡି ବର୍ଷାରେ କଲବଳ ହୋଇ ଦିନ ରାତି ବିତିବବୋଲି କହିଛନ୍ତି ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଓ ସମିତି ସଭ୍ୟା ଜଣାଇଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ନିର୍ଭୟ ନିରପେକ୍ଷ, ପ୍ରଗତିଶୀଳ ମସିହା ପ୍ରତିନିଧି,।

Related posts

ଓଡ଼ିଶା ପର୍ଯ୍ୟଟନ ରୁ ଲୋପ ପାଇବାକୁ ବସିଛି ବ୍ରାହ୍ମଣୀ ନଦୀ ଗର୍ଭସ୍ଥ ଅନନ୍ତ ଶୟନ ମୂର୍ତ୍ତୀ

ସାହିତ୍ୟ ଅଗଣା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!