ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ରିହାତି ମିଲିବ

ସଂସଦୀୟ କମିଟି ପକ୍ଷରୁ ସୁପାରିସ….

ରେଳ ମନ୍ତ୍ରଣାଳୟ ସହ ଜଡିତ ସଂସଦୀୟ କମିଟି ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଭଡାରେ ତତ୍କାଳ ରିହାତି ପ୍ରଦାନ କରିବା ପାଇଁ ସୁପାରିସ କରିଛି। କମିଟି ଅନୁସାରେ, ଅତି କମରେ ସ୍ଲିପର ଏବଂ ଥାର୍ଡ ଏସପି କୋଚରେ ପୁଣି ଥରେ ଏହି ନିୟମ ପୂର୍ବପରି ଲାଗୁ କରିବା ପାଇଁ କୁହାଯାଇଛି।ରେଳ ମନ୍ତ୍ରଣାଳୟ ସ୍ଥାୟୀ ସଂସଦୀୟ କମିଟି ଅଗଷ୍ଟ ୪ରେ ନିଜର ସୁପାରିସ ଜଣାଇଛି । ନିଜ ରିପୋର୍ଟରେ କମିଟି କହିଛି, ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଲୱେ ପକ୍ଷରୁ ୪୦ରୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା, କିନ୍ତୁ କରୋନା ମହାମାରୀ ପରେ ଏହାକୁ ବନ୍ଦ କରି ଦିଆଯାଇଛି ।

ଅନ୍ୟପଟେ, ରେଳ ମନ୍ତ୍ରଣାଳୟ ନିଜର ରିପୋର୍ଟରେ କହିଛି ଯେ କରୋନା ମହାମାରୀ ସମୟକୁ ନଜରରେ ରଖି ସମସ୍ତ ଶ୍ରେଣୀର ଯାତ୍ରୀ (କିଛିଙ୍କୁ ଛାଡି)ଙ୍କ ଯାତ୍ରା ଭଡାରେ ଦିଆଯାଉଥିବା ରିହାତିକୁ ଫେରାଇ ନିଆଯାଇଛି । ତେବେ ଏହି ଜବାବ ଉପରେ କମିଟି କହିଛି, ବର୍ତ୍ତମାନ ସମୟରେ ରେଲୱେ ସାମାନ୍ୟ ସ୍ଥିତି ଆଗକୁ ବଢୁଛି, ଏଥିପାଇଁ ଯାତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ପୁର୍ନବିଚାର କରିବା ଜରୁରୀ।ଉଲ୍ଲେଖଯୋଗ୍ୟ ଯେ, ବରିଷ୍ଠ ନାଗରିକଙ୍କୁ ରେଳ ଭଡାରେ ରିହାତି ଦେଇ ରେଲୱେ ବାର୍ଷିକ ପ୍ରାୟ ୨୦୦୦ କୋଟି ଟଙ୍କାର ବୋଝ ସହିଥାଏ । ଅନ୍ୟପଟେ ରେଲୱେ ସଂସଦୀୟ କମିଟି ଗିଭ୍ ଅପ୍ ଯୋଜନାର ବ୍ୟାପକ ପ୍ରଚାର କରାଇବା ପାଇଁ ମନ୍ତ୍ରଣାଳକୁ ଆଗ୍ରହ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କଲ୍ୟାଣୀ ରାୟ ମହାବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!