ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ରିହାତି ମିଲିବ

ସଂସଦୀୟ କମିଟି ପକ୍ଷରୁ ସୁପାରିସ….

ରେଳ ମନ୍ତ୍ରଣାଳୟ ସହ ଜଡିତ ସଂସଦୀୟ କମିଟି ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଭଡାରେ ତତ୍କାଳ ରିହାତି ପ୍ରଦାନ କରିବା ପାଇଁ ସୁପାରିସ କରିଛି। କମିଟି ଅନୁସାରେ, ଅତି କମରେ ସ୍ଲିପର ଏବଂ ଥାର୍ଡ ଏସପି କୋଚରେ ପୁଣି ଥରେ ଏହି ନିୟମ ପୂର୍ବପରି ଲାଗୁ କରିବା ପାଇଁ କୁହାଯାଇଛି।ରେଳ ମନ୍ତ୍ରଣାଳୟ ସ୍ଥାୟୀ ସଂସଦୀୟ କମିଟି ଅଗଷ୍ଟ ୪ରେ ନିଜର ସୁପାରିସ ଜଣାଇଛି । ନିଜ ରିପୋର୍ଟରେ କମିଟି କହିଛି, ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଲୱେ ପକ୍ଷରୁ ୪୦ରୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା, କିନ୍ତୁ କରୋନା ମହାମାରୀ ପରେ ଏହାକୁ ବନ୍ଦ କରି ଦିଆଯାଇଛି ।

ଅନ୍ୟପଟେ, ରେଳ ମନ୍ତ୍ରଣାଳୟ ନିଜର ରିପୋର୍ଟରେ କହିଛି ଯେ କରୋନା ମହାମାରୀ ସମୟକୁ ନଜରରେ ରଖି ସମସ୍ତ ଶ୍ରେଣୀର ଯାତ୍ରୀ (କିଛିଙ୍କୁ ଛାଡି)ଙ୍କ ଯାତ୍ରା ଭଡାରେ ଦିଆଯାଉଥିବା ରିହାତିକୁ ଫେରାଇ ନିଆଯାଇଛି । ତେବେ ଏହି ଜବାବ ଉପରେ କମିଟି କହିଛି, ବର୍ତ୍ତମାନ ସମୟରେ ରେଲୱେ ସାମାନ୍ୟ ସ୍ଥିତି ଆଗକୁ ବଢୁଛି, ଏଥିପାଇଁ ଯାତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ପୁର୍ନବିଚାର କରିବା ଜରୁରୀ।ଉଲ୍ଲେଖଯୋଗ୍ୟ ଯେ, ବରିଷ୍ଠ ନାଗରିକଙ୍କୁ ରେଳ ଭଡାରେ ରିହାତି ଦେଇ ରେଲୱେ ବାର୍ଷିକ ପ୍ରାୟ ୨୦୦୦ କୋଟି ଟଙ୍କାର ବୋଝ ସହିଥାଏ । ଅନ୍ୟପଟେ ରେଲୱେ ସଂସଦୀୟ କମିଟି ଗିଭ୍ ଅପ୍ ଯୋଜନାର ବ୍ୟାପକ ପ୍ରଚାର କରାଇବା ପାଇଁ ମନ୍ତ୍ରଣାଳକୁ ଆଗ୍ରହ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଧର୍ମଗଡ ବିଧାୟକ

Sunil Chandra Nayak

ଘର ଭାଙ୍ଗି ଧାନ ଖାଇଲା ହାତୀ

Sunil Chandra Nayak

ଶିଳ୍ପୀ କେଦାର ମହାରଣା ମୃଣ୍ମୟୀ ମୂର୍ତ୍ତି ତିଆରିରେ ୫୦ବର୍ଷ

Sunil Chandra Nayak

Leave a Comment

error: Content is protected !!