ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଶାଣି କୁ ଶବଦାହ ପାଇଁ ତଣ୍ଟିଏ ପାଣିରେ ଶବ ବୋହି ଦାହ କଲେ ବେହେରା ଗୁଡା ବାସୀ

ଗୋଳାମୁଣ୍ଡା/୧୦/୮/ମସିହା/ଶବସତ୍କାର ପାଇଁ ତଣ୍ଟିଏ ପାଣିରେ ଶବ ବୋହି ନାଳପାର ହୋଇଥିବା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଖମାରହଳଦି ପଞ୍ଚାୟତର ବେହେରା ଗୁଡା ଗ୍ରାମର ସନ୍ତ ରଣା (୫୨)ଙ୍କ ମୃତ୍ୟୁ ପରେ , ସନ୍ତ ରଣା ଏକ ଗରୀବ ପରିବାର ଅଟେ,ପରିବାର କହିଲେ ତାଙ୍କର ଧର୍ମପତ୍ନୀ ଓ ୧୩ବର୍ଷର ଝିଅ ଙ୍କୁ ନେଇ ଦୈନିକ କୁଲିମଜୁରୀ କରି ତିନି ପରିବାରଙ୍କ ପ୍ରତିପୋଷଣ କରି ଚଲୁଥିବା ବେଳେ ହଟାତ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଘରର ମୁରବୀଙ୍କ ମୃତ୍ୟୁ ପରେ ମାଆ ଝିଅଙ୍କ ଦୁର୍ଦଶା କହିଲେ ନ ସରେ,ହେଲେ ଲଘୁଚାପଜନିତ ଲଗାଣ ବର୍ଷାରେ ସ୍ଥାନୀୟ ବନ୍ଧୁ ସ୍ଵଜନ ପର୍ଶୁରାମ ରଣା, ମକର ଧ୍ୱଜ ରଣା, ଦୁର୍ଯ୍ୟୋଧନ ରଣା, ପୂର୍ବତନ ସରପଞ୍ଚ ପ୍ରତିନିଧି, ଶରତ ରଣା ପ୍ରମୁଖ କାନ୍ଧ ରେ ବୋହି ନିଜ ଜୀବନକୁ ଭୟ ନ କରି ମଝି ବାଟରେ ଥିବା ଭୁରର୍ଙ୍ଗା ନାଲାରେ ଶବ ବୋହି ତଣ୍ଟିଏ ପାଣିରେ ପାର ହୋଇ ଶବ ସଂସ୍କାର କରିଥିଲେ, ଗ୍ରାମରେ ଶବଦାହ ପାଇଁ କୋୖଣସି ସ୍ଥାନ ନ ଥିବାରୁ ବାଧ୍ୟ ହୋଇ ବର୍ଷା,ଶୀତ ଓ ଖରାରେ ନାଳ ଅତିକ୍ରମ କରି ଯିବାକୁ ପଡିଥାଏ ,ହେଲେ ଆଜିର ଦୁଃଖଦ ଘଟଣା ତଣ୍ଟିଏ ପାଣିରେ ଶବ ବୋହି ପରିବାର ଓ ଆତ୍ମୀୟ ବନ୍ଧୁ ବର୍ଗଯାଇ ସତ୍କାର କରିଥିଲେ, ଏଭଳିଏକ ହୃଦୟ ବିଦାରକ ଘଟଣା ରେ ସମଗ୍ର ଅଞ୍ଚଳ ବାସୀ ମର୍ମାହତ ।ପ୍ରତିବର୍ଷଏଭଳି ଘଟଣା ଘଟୁଥିବା ବେଳେ ମାନ୍ୟବର ବିଧାୟକ, ସରପଞ୍ଚ ଙ୍କୁ ନାଳରେ ପୋଲ ନିର୍ମାଣ କରିବା ପାଇଁ ଜଣାଇ ଥିଲେ ମଧ୍ୟ କିଏ ନ ଶୁଣିବାରୁ ଦୁର୍ଦଶା ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ ସାଧାରଣ ରେ ଦାବି ହେବା ସହ ସେହି ମାଆ ଝିଅ ପ୍ରତି ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ ନିଆ ଯିବା ସକାଶେ ଗ୍ରାମ ବାସୀ ଅନୁରୋଧ କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ପ୍ରତିନିଧି

Related posts

ପୋଷାକ ବିତରଣ ଉତ୍ସବ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଶେଷ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!