ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସକାଳ ନମସ୍ତେ ସନ୍ଧ୍ୟାରେ ନମସ୍ତେ
     ନମସ୍ତେ ମୋ ଜଗନ୍ନାଥ
ଅନାଥର ନାଥ ବନ୍ଧୁ ପ୍ରଭୁ ପଥ
    ପାଦେ ଘେନ ପ୍ରଣିପାତ।
ଚାହିଁଲେ ତୋ ମୁଖ ହୋଇ ଥାଏ ସୁଖ
     ସତେ ଦେଲ ଏ କି ମନ୍ତ୍ର
ମନ୍ଦିର ବେଢ଼ାରେ ରୂପ ଛବି ଦେଖି
      ଶାନ୍ତି ମୋ ହୃଦୟ ଯନ୍ତ୍ର।
ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିଲେ
     ପୁଣ୍ୟ ପ୍ରାପ୍ତି ଫଳ ମିଳେ 
ଭଲ ବନ୍ଧୁ ଅଛ ପ୍ରସିଦ୍ଧ ହୋଇଛି
    ପ୍ରଭୁ ଭକ୍ତ ନିଳାଞ୍ଚଳେ।
ବାଇଶି ପାହାଚ ପାଦ ପଡ଼ି ଗଲେ
     ପାପ ସବୁ ଯାଏ ଛାଡ଼ି
ତୋଦ୍ବାର ମୁହଁରେ ନୟନେ ଦେଖିଲେ
     ଆପେ ଆପେ ହାତ ଯୋଡ଼ି।
ପାଇଲେ ତୋଧଣ୍ଡା ମନ ହୁଏ ଥଣ୍ଡା
      ଶାନ୍ତି ମୋ ମିଳୁ ଜୀବନ
ପୁଣ୍ୟ କରି ଥିଲେ ପବିତ୍ର ହୋଇବ
      ଶାନ୍ତି ହବ ମୋ ଦର୍ଶନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଆଦରମଣି ପ୍ରଧାନ,ଗୋଲାପୀ ଙ୍କ କବିତା ତୁମେ କିଏ

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!