ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

ବରଷକେ ଥରେ ରକ୍ଷା ବନ୍ଧନ
ଆଣିଚି ତା ସାଥେ କେତେ ଆନନ୍ଦ।।
ଭଉଣୀ ବାନ୍ଧିବ ଭାଇ ହାତରେ
ରାକ୍ଷୀ ନାମେ ରକ୍ଷା କବଚ ଡୋରେ।।
ବନ୍ଧନ ଭିତରେ ରକ୍ଷା ବନ୍ଧନ
ଯୋଡି ଦିଏ ଭାଇ ଭଉଣୀ ମନ।।
ଥିଲେ ଥାଉ ମନେ ଯେ ଅଭିମାନ
ଭଉଣୀ ବନ୍ଧିବ ସ୍ନେହ ବନ୍ଧନ।।
ଦୁଃଖର ଲୁହରେ ହସରେ ସୁଖି
ରାକ୍ଷୀ ରହିଥାଏ ସର୍ବଦା ସାକ୍ଷୀ।।
ଭାଇ ଭଉଣୀର ପ୍ରେମ ସମ୍ପର୍କ
ଅନେକ ଫୁଲର ମଧୁ ମହକ।।
ହେଉ ବର୍ଷା ଶୀତ କାକର ଖରା
ବିପଦେ ଆପଦେ ଭାଇ ସାହାରା।।
ଭାଇ ଥିଲେ ଜାଣ ଦୁନିଆ ଅଛି
ଭଉଣୀର ଲୁହ ଦିଏ ସେ ପୋଛି।।
ରେଶମୀ ସୂତାରେ ବନ୍ଧା ସେ ମନ
ଶ୍ଵାଶତ ପ୍ରେମର ପବିତ୍ର ଚିହ୍ନ।।
ସ୍ବାର୍ଥ ନାହିଁ ଅଛି ଭାବ ବନ୍ଧନ
ରହିଚି ରହିବ ସେ ଚିରନ୍ତନ।।
ଭାଇ ଭଉଣୀର ସମ୍ପର୍କ ସୂତା
ଛିଣ୍ଡିବନି କେବେ ସ୍ନହ ମମତା।।
   

  ମମତା ସାହୁ

     ଗାଈଗାଁ,କଳାହାଣ୍ତି

Related posts

ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବିଧିମତେ ସମ୍ପନ୍ନ

Sunil Chandra Nayak

ଆଜିଠୁ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୌକା

Leave a Comment

error: Content is protected !!