ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

ପ୍ରକୃତି କବି ଗଙ୍ଗାଧର

             

                ଶ୍ରୀମତୀ କଲ୍ୟାଣୀ ନନ୍ଦ, ସମ୍ବଲପୁର

             ଶ୍ରାବଣ ପୂର୍ଣ୍ଣିମାର ସେ ତ ଶୁଭ ଦିନ,
             ଆସିଥିଲ ମାତା କୋଳ କରି ମଣ୍ଡନ,
             କୃଷ୍ଣ ଘନ କୋଳେ ସତେ ଚପଳା ସମ,
             ଉଦ୍ଭାସିତ ହେଲା ସମସ୍ତ ଶ୍ରାବଣ ଆକାଶ।
             ମାଟି ମାଁ ର ଥିଲ ତୁମେ ସୁଯୋଗ୍ୟ ସନ୍ତାନ,
             ସାହିତ୍ୟାକାଶର ତୁମେ ଅଟ ଉଜ୍ଜ୍ବଳ ନକ୍ଷତ୍ର,
         ମାତା ସରସ୍ଵତୀଙ୍କର ବରପୁତ୍ର ଆହେ ‘ଗଙ୍ଗାଧର’,
          ଲେଖନୀ ତୁମର ରଚିଥିଲା କେତେ ମହା କାବ୍ୟ।
             ” ମଙ୍ଗଳେ ଅଇଲା ଉଷା” ଉଦିତ ଦିନକର,
               ମଙ୍ଗଳ ବାରତା ଦେଲା ” ଆଶ୍ରମେ ପ୍ରଭାତ”,
          ” କୁମ୍ଭାଟୁଆ ହୋଇ ଭାଟ,ଆରମ୍ଭିଲା ସ୍ତବପାଠ”,
               ସେ ସ୍ତବ ପାଠେ ସର୍ବେ ହେଲେ ଆଚମ୍ବିତ।
              ‌ ଉତ୍କଳ “ଭାରତୀ ଭାବନା” କି ” ଅମୃତମୟ”,
                ଶବ୍ଦ ଚାତୁରୀ ବର୍ଣ୍ଣିଲା ” କବିତା କଲ୍ଲୋଳ”,
        ” ଅର୍ଘ୍ୟଥାଳୀ”ରେ “ଉତ୍କଳ ଲକ୍ଷ୍ମୀ”ଙ୍କ କଲ ବନ୍ଦନ,
  ତବ ଲେଖନୀ ଓଡ଼ିଆ ସାହିତ୍ୟ”ମହିମା” କଲା ମଣ୍ଡନ।
            ପ୍ରକୃତି ର କବି ଆହେ ରଙ୍ଗା ଜୀବ ଗଙ୍ଗାଧର,
                କେତେ ରଙ୍ଗ,ରୂପେ ପ୍ରକୃତି କୁ କରି ଚିତ୍ରିତ,
                ଓଡ଼ିଆ ସାହିତ୍ୟକାଶେ ଉଜ୍ଜ୍ବଳ ତାରକା ସମ,
       ” ମଧୁମୟ” ରଚନା କଲା ମାନବତାର ଜୟଗାନ।
          ଧନ୍ୟ ସେ ଜନ୍ମ ମାଟି,ଧନ୍ୟ ମାତା,ପିତା ତୁମର,
    ଯୁଗେ ଯୁଗେ ହେ ବରପୁତ୍ର ‘ଗଙ୍ଗାଧର’ ରହିବ ଅମର,
    “ପ୍ରଣୟ ବଲ୍ଲରୀ”, ତପସ୍ଵିନୀ”,” କୀଚକବଧ” କାବ୍ୟ,
   “ମାତୃଭୂମି” ଓଡ଼ିଆ ସାହିତ୍ୟ ର ତୁମେ ଯେ ଅମୂଲ୍ୟ ରତ୍ନ।

Related posts

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

Sunil Chandra Nayak

ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!