ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ପବିତ୍ର ରକ୍ଷାବନ୍ଧନ

ପବିତ୍ର ରକ୍ଷାବନ୍ଧନ

             ଅନ୍ନପୂର୍ଣ୍ଣା ସାହୁ

ରାକ୍ଷୀ ନୁହେଁ ଖାଲି ବଜାରର ସୂତା
        ରାକ୍ଷୀ ବନ୍ଧନର ଡୋରି।
ନିଭେଇ ପାରିଲେ ସେହି ବନ୍ଧନ କୁ
         ସେହି ଡୋରି ହୁଏ ବଜ୍ରସରି।
ଭାଇ ହାତେ ରାକ୍ଷୀ ବାନ୍ଧି କହେ ଭଉଣୀଟି
         ଭାଇ ସାହାହେବୁ ଯେ ମୋହରି।
ସବୁ ସୁଖ ଦୁଃଖ ପାଖେ ହେବୁ ଠିଆ
         କଥା ଦେହ ହାତେ ହାତ ରଖିକରି।
ତୁମୋ ସୁନଭାଇ ତୋର ଅଝଟ
          ସବୁ ସହିଯିବି ମୁହିଁ।
ଥରେ କଥା ଦେ ଏଇ ବନ୍ଧନଟି
          କେବେ ଭୁଲି ଯିବୁ ନାହିଁ।
ଯେତେ କାମ ଥାଉ ଦୌଡ଼ି ଆସିବୁ
          ତୁହି ମୋହରି ପାଶକୁ।
ବରଷକେ ଥରେ ରାକ୍ଷୀ ତୁ ବାନ୍ଧିବୁ
        ଭୁଲି ସବୁ ଯେ ରାଗରୁଷାକୁ
        ଭୁବନପୁର, ବାଲିଅନ୍ତା

Related posts

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ଯାୟର ସାରକଥା-୧୪

ବିଜାତଳାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Sunil Chandra Nayak

ମାଁ କଳସୀ ଠାକୁରାଣୀ  ଙ୍କ ପୀଠରେ ସାତପାଲି ଗ୍ରାମ ରାଇଘର ର ଭାଦ୍ରବ ଯାତ୍ରା ଅନୁଷ୍ଠିତ       

Sunil Chandra Nayak

Leave a Comment

error: Content is protected !!