ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟା ଅଙ୍କର ଲୋଭ ଦେଖାଇ ଆଠ ଜଣ ଯୁବତୀଙ୍କୁ ଅପହରଣ ଅଭିଯୋଗ 

ନୂଆପଡା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମ ପଞ୍ଚାୟତ ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ମୁଖ୍ୟତଃ ଧାନଚାଷ ଓ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି କ୍ରୟ ବିକ୍ରୟ ପୂର୍ବକ ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଯେତେବେଳେ ଖାଦ୍ୟ ନିଅଣ୍ଟ ହୁଏ ବାଧ୍ୟ ହୋଇ ମୋଟା ଅଙ୍କର ପଇସା ଲୋଭରେ ବସବର୍ତୀ ହୋଇ ପ୍ରବାସୀ ଶ୍ରମିକ ଭାବରେ ଚାଲାଣ ହୋଇଥାନ୍ତି। ହେଲେ ଏଭଳି ଏକ ଦୁଃଖଦ ଘଟଣା ଉପାନ୍ତ ନାଗପଡା ଗ୍ରାମରୁ ଆସିଛି । ବୋଡ଼େନ ବ୍ଲକ ଉପାନ୍ତ ନାଗପଡା ଗ୍ରାମପଞ୍ଚାୟତ ର ଆଠ ଜଣ ଯୁବତୀଙ୍କୁ ସୁନାବେଡ଼ା ଗ୍ରାମର ଶ୍ରମିକ ଦଲାଲ ଜୟପାଲ ପୁଝାରୀ ଗତ ୨୯.୦୭. ରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ନାଗପଡା ଗ୍ରାମର ମଧ୍ୟସ୍ଥି ଶ୍ରମିକ ଦଲାଲ ଙ୍କ ସାହାଯ୍ୟରେ ଆନ୍ଧ୍ରପ୍ରଦେଶର ତ୍ରିପୁରା ସହରର ଏକ କମ୍ପାନୀ ରେ କାମ ଯୋଗାଇ ଦେବା ପାଇଁ ଲୋଭ ଦେଖାଇ ନେଇଯାଇଛି । ସଂପୃକ୍ତ ଯୁବତୀଙ୍କର ପରିବାର ସହିତ ଦୀର୍ଘ ୧୪ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେମାନେ କେଉଁଠି କେମିତି ଅଛନ୍ତି ଏହି ଚିନ୍ତାରେ ପରିବାର ରେ କାନ୍ଦ ବୋବାଳିରେ ଫାଟି ପଡ଼ିବା ସହ ତାଙ୍କ ଘର ର ଚୁଳି ମଧ୍ୟ ଜଳୁନାହି । ସୂଚନା ଯୋଗ୍ୟ ଯେ ଆଠ ଜଣଙ୍କ ମଧ୍ୟରୁ ତିନି ଜଣ ଫେରୁଥିବାର ଜଣାପଡିଛି,ହେଲେ ଏଯାଏ ସେମାନେ ଘରକୁ ପହଞ୍ଚି ନାହାନ୍ତି। ଆଉ ପାଞ୍ଚ ଜଣଙ୍କର ମଧ୍ୟରୁ ଦୁଇ ଜଣଙ୍କୁ କୌଣସି ଘରୋଇ କମ୍ପାନୀ ରେ ଲଗେଇ ଦେଇଥିବା ବେଳେ ଆଉ ତିନି ଜଣ ନାବାଳିକା ଙ୍କ ପତ୍ତା ମିଳିନାହିଁ । ଏ ସମ୍ପର୍କରେ ସଂପୃକ୍ତ ଶ୍ରମିକ ଦଲାଲ କୁ ଯୋଗାଯୋଗ କଲେ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇପାରୁନାହାନ୍ତି । ଫଳରେ ବାଧ୍ୟ ହୋଇ ବୋଡ଼େନ ଥାନାରେ ଏକ ଅପହରଣ ମାମଲାରେ କେସ ଦାୟର ହୋଇଛି ବୋଲି ପରିବାର ବର୍ଗ ସୂଚନା ଦେଇଛନ୍ତି । ଦିନକୁ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ବୋଡ଼େନ ଥାନା ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି । ଏଭଳି କେତେଦିନ ସଂପୃକ୍ତ ଅଧିକାରୀ ମାନେ ହାତବାନ୍ଧି ରଖିଥିବେ । ଏହା ଜନସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

Sunil Chandra Nayak

କବିତା – ଅଭିମାନୀ ସ୍ୱର

Sunil Chandra Nayak

କଳାହାଣ୍ଡିର ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!