ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଞ୍ଚ ବର୍ଷର ଝିଅ ଙ୍କୁ ଦୁଷ୍କର୍ମ ଉଦ୍ୟମ,ଜଣେ ଗିରଫ

ତେନ୍ତୁଳିଖୁଣ୍ଟି-୧୨/୮ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ।ଜଣେ ପାଞ୍ଚ ବର୍ଷର ଶିଶୁ କନ୍ୟା କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ରେ ପୁଲିସ ଜଣଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଟୀକାଧର ଗୌଡ଼ ବୋଲି ପୁଲିସ ସୂଚନା ଦେଇଛି ।ପୁଲିସ ସୂଚନା ମୁତାବକ ୧୦ ତାରିଖ ମଧ୍ୟାହ୍ନ ରେ ଟୀକାଧର ଗୌଡ଼(୨୦)ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳର ଜଣେ ପାଞ୍ଚ ବର୍ଷୀୟା ଶିଶୁ କନ୍ୟାଙ୍କୁ କୁରକୁରେ କିଣିଦେବାର ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ନେଇଥିଲା । ଘର ଭିତରେ ପାଞ୍ଚ ବର୍ଷର ଝିଅ ସହ ଅପ୍ରାକୃତ ଯୌନ କ୍ରିୟା କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥଲା ।ଏହାପରେ ଝିଅ ଟି ଘରକୁ ଆସି ସବୁକଥା ନିଜ ମା ଙ୍କୁ କହିଥିଲା । ଏହାପରେ ପୀଡିତା ଝିଅ ଙ୍କ ମା ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଆଧାର କରି ଅଭିଯୁକ୍ତ କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ର ଡାକ୍ତରୀ ମାଇନା ସମ୍ପନ୍ନ ହୋଇଥୁବା ବେଳେ ପୀଡିତା ଙ୍କ ଡାକ୍ତରୀ ମାଇନା ପାଇଁ ନବରଙ୍ଗପୁର ପଠାଯାଇଥୁବା ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୧୪୧/୨୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥୁବା ବେଳେ ଏସଆଇ ସସ୍ମିତା ପୂଜାରୀ କେଶର ତଦନ୍ତ କରୁଛନ୍ତି । ଆଜି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇ ଆଇ ସି ଶ୍ରୀ ନାୟକ ସୂଚନା ଦେଇଛନ୍ତି।ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ମହାଭାରତ କଥା……..୮

ତ୍ରିନାଥ ମନ୍ଦିର ନିକଟସ୍ଥ ବଟ ବୃକ୍ଷ କଟା ନେଇ ଉତ୍ତେଜନା ଓ ହିନ୍ଦୁ ମହାସଂଘ ହସ୍ତକ୍ଷେପ ରେ ସମାଧାନ ଉଦ୍ୟମ

Sunil Chandra Nayak

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

Sunil Chandra Nayak

Leave a Comment

error: Content is protected !!