ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

ଆନନ୍ଦପୁର , 12| ୮ ) : ଆନନ୍ଦପୁର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ( ୭୫ ) ଙ୍କ ପରଲୋକ ଘଟିଛି । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁଶଯ୍ୟା ନିକଟରେପୁଅ ଶୈଲଙ୍ଗ ସମବାୟ ସମିତିର ସଭାପତି ରବୀନ୍ଦ୍ର କୁମାର ସାହୁ , କବୀନ୍ଦ୍ର ସାହୁ , ଯୁଧିଷ୍ଠିର ସାହୁ, ପୁତୁରା ଟ୍ରକ୍ ମାଲିକ ସଂଘ ପୂର୍ବତନ ଉପସଭାପତି ଜୟନ୍ତ ସାହୁ ,ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ଶୈଲଙ୍ଗ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ରବୀନ୍ଦ୍ର ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ସାହୁ କେନ୍ଦୁଝର ଟ୍ରକ୍ ମାଲିକ ସଂଘର ସଦସ୍ୟ ଥିଲେ । ଏହାଛଡ଼ା ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

 

Related posts

ସାହିତ୍ୟ ଅଗଣା

Sunil Chandra Nayak

କନକ ନିଆଲ୍ ହତ୍ୟା ର ସମସ୍ତ ଆରୋପି ଙ୍କୁ କୋର୍ଟ ଚାଲାଣ ଦାବିରେ ଧାରଣା ଦେବେ ପୀଡ଼ିତା ର ପିତା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଗାଧୁଆ ପୂନୀ 

Sunil Chandra Nayak

Leave a Comment

error: Content is protected !!