ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁକାନରୁ ଚୋରି ଜିନିଷ ଉଦ୍ଧାର ,ଜଣେ କୋର୍ଟ ଚାଲାଣ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ଭିତରରେ ଥିବା ୟୁନିଅଁନ ବ୍ୟାଙ୍କ ସାମନାରେ ଥିବା ଗୌତମ ଅଗ୍ରୱାଲଙ୍କ କିରନା ଦୋକାନରୁ ଚୋରି । ପୁଲିସ ସୁତରୁ ପ୍ରକାଶ ଯେ ଗତ ଅଗଷ୍ଟ ୯ ତାରିଖ ରାତ୍ରିରେ ବର୍ଷା ହେଉଥିବାର ସୁଯୋଗ ନେଇ ଗୌତମ ଅଗ୍ରୱାଲଙ୍କ କିରନା ଦୋକାନ ପଛ ପଟେ ଥିବା ସଟର ତାଲା ଭାଙ୍ଗି ଦୋକାନ ସାମଗ୍ରୀ ଚୋରି ହୋଇଥିବା ନେଇ ଗୌତମ ଅଗ୍ରୱାଲ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ତଦନ୍ତ କରୁଥିବା ବେଳେ ଦୋକାନର ଅଳ୍ପ ଦୂରରେ ଥିବା ଏକ ପରିତ୍ୟକ୍ତ ଏନ ଏ ସି କୋଠରୀରେ ଚୋରି ସାମଗ୍ରୀ ଦେଖିବାକୁ ମିଳିଥିଲା । ଏନେଇ ପୁଲିସ କର୍ଣ୍ଣ ବାଗ (୨୦) ପିତା ଲୋଚନ ବାଗ ଖଡ଼ିଆଳ ୱାର୍ଡ ନଂ ୨ କୁ ଅଟକ ରଖି ପଚରା ଉଚରା କରିବା ପରେ ଚୋରିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ କାହ୍ନୁ ଦୀପ ଓ ଅନ୍ୟ ଜଣେ ନାବାଳକ (୧୫) ବର୍ଷୀୟଙ୍କୁ ଅଟକ ରଖି ପଚରା ଉଚୁର କରିବା ପରେ ଚୋରି ସାମଗ୍ରୀ ଉଦ୍ଧାର କରି କର୍ଣ୍ଣ ବାଗକୁ କୋର୍ଟ ଚାଲାଣ କରିଥିବା ବେଳେ କାହ୍ନୁ ଦୀପ ଫେରାର ଅଛି ସେ ୪୫,୦୦୦ ଟଙ୍କା ଧରି ଫେରାର ଥିବା ଅଭିଯୋଗ ହୋଇଛି । ସେମାନଙ୍କ ଠାରୁ ନଗଦ ୨୦୦୦ ଟଙ୍କା ଓ ଚୋରି ୨୩ ବସ୍ତା ଚାଉଳ ୬ ବସ୍ତା ଡାଲି, ସାବୁନ, ଅମୂଳ ସ୍ପେର, ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଉଦ୍ଧାର କରିଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ବହିଷ୍କାର ଓ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

Sunil Chandra Nayak

ଆନନ୍ଦପୁର – ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!