ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

ଜଗନ୍ନାଥ ନାମ ବହିଅଛ ପ୍ରଭୂ
ନୀଳଗିରି ନାଥ ବାସି
ଜଗତର ଦୁଃଖ କେବେ ନିବାରିବ
ସବୁ ଶୁଣି ହୁଅ ଖୁସି
ସତେ କଣ ତୁମେ ଦାରୁଭୁତ ହୋଇ
କିଛି ପାରୁନାହିଁ ବୁଝି
ସବୁ ଜାଣି ଶୁଣି ଅଜଣା ସାଜିଛ
କଳିର ପାଉଣା ସୁଝି
କୁହ ମହାବାହୁ ତୁମେ ଥାଉ ଥାଉ
କିଏ କରିବ କରୁଣା
ଭବ ଭେଳା ପାରି କର ନାରାୟଣ
କାହିଁକି କରୁଣା ଉଣା
ମିଛେ ଅଭିମାନ କରୁଅଛ ପ୍ରଭୂ
ତୁମ ଗଢା ଏ ସଂସାର
କରୁଣାରୁ ଉଣା କଲେ ମହାବାହୁ
ନାବ କେ କରିବ ପାର
ଆହେ ଜଗତ ଠାକୁର

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ମାନେ କଣ?

Sunil Chandra Nayak

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

Sunil Chandra Nayak

Leave a Comment

error: Content is protected !!