ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

ଆନନ୍ଦପୁର -: ଭାରତ ବର୍ଷର ସ୍ଵାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି କେନ୍ଦୁଝର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ତ୍ରିରଙ୍ଗା ପଦ ଯାତ୍ରା ରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଘସିପୁରା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥିରାଜ କୁଅଁର, ବିଜେପି ର ବରିଷ୍ଠ ନେତା ଶ୍ରୀ ଅଖିଳ ପାତ୍ର, ଜଗବନ୍ଧୁ ସା, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ଗୋପୀନାଥ ରାମ, ଅଗନୁ ଚରଣ ମହାନ୍ତ, ମଣ୍ଡଳ ସଭାପତି ଶ୍ରୀ ଗୋଲକ ବିହାରୀ ବଲ, ଜିତେନ୍ଦ୍ର କୁମାର ପଲାଇ, ମଣ୍ଟୁ ପାତ୍ର, ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ହାତରେ ଜାତୀୟ ତ୍ରିରଙ୍ଗା ପତାକା ଧରି, ଦେଶାତ୍ମବୋଧକ ଗୀତ ଗାନ କରିବା ସହିତ, ଭାରତ ମାତା କି ଜୟ, ବନ୍ଦେ ମାତରମ୍ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲେ। ରାସ୍ତା ରେ ଶୋଭାଯାତ୍ରା ଗଲାବେଳେ ଉପସ୍ଥିତ ଜନସାଧାରଣ ଙ୍କ ତରଫରୁ ସ୍ୱତଃପ୍ରବୃତ ଭାବେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ସ୍ଲୋଗାନ୍ ଦେଇ ସ୍ୱାଗତ୍ କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଖଇରଭାଡ଼ି ଠାରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଘଟଣା:ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ !

Sunil Chandra Nayak

କୁଲିଗାଁ ଆଶ୍ରମ ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!