ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରଗାଵ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଯୁକ୍ତ ଦୁଇ କଳା ଛାତ୍ର ବିକାଶ ସାହୁ ପ୍ରଥମ ସ୍ଥାନରେ

ଗୋଳାମୁଣ୍ଡା ତା ୧୪/୮/ମସିହା/ ଗୋଳାମୁଣ୍ଡା ବ୍ଲକ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗରଗାଵର ଛାତ୍ର ବିକାଶ ସାହୁ ଯୁକ୍ତ ଦୁଇ କଳା ପରୀକ୍ଷା୨୦୨୨ ରେ ଗୋଳାମୁଣ୍ଡା ବ୍ଲକରେ ୮୭% ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଆଦ୍ୟରୁ କଠିନ ପରିଶ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଯୁକ୍ତ ଦୁଇ କଳା ପରୀକ୍ଷାରେ ୬୦୦ ମାର୍କର ପରୀକ୍ଷା ଦେବା ବ୍ୟବସ୍ତା ଥିବା ବେଳେ ୫୨୨ ମାର୍କ ପାଇ ଗୋଳାମୁଣ୍ଡା ବ୍ଲକରେ କୃତିତ୍ୱ ଅର୍ଜନ କରିଛି । ଏ ନେଇ ବିଜୁ ପଟ୍ଟନାୟକ କଲେଜ ଗରଗାଵର ସମସ୍ତ କର୍ମଚାରୀ ଛାତ୍ର ବିକାଶ ସାହୁଙ୍କୁ ଅଭିନନ୍ଦନ ଜଣାବା ସହିତ ତାଙ୍କ ପିତା ମାତା ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ ପ୍ରକାଶ ପାଇଛି । ବିକାଶ ସାହୁଙ୍କ ପିତା ଶିବରାମ ସାହୁ ,ମାତା ରେବତୀ ସାହୁ ଅତି ଗରିବ ଶ୍ରେଣୀର ଲୋକ ହେବାରୁ ପୁଅକୁ ପଢ଼ାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।ତେଣୁ ସରକାର ବିକାଶ ସାହୁଙ୍କ ପ୍ରତି ଆର୍ଥିକ ସାହାଯ୍ୟ ଯୋଗାଇଦେଲେ ଉଚ୍ଚ ଶିକ୍ଷାଲାଭ କରିପାରିବ ବୋଲି ଆଶା କରାଯାଉଛି । ଏ ନେଇ ସରକାରୀ ସ୍ତରରେ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁମଧ୍ୟ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ନିର୍ଭୟ ନିରପେକ୍ଷ ପ୍ରଗତି ମସିହା ପ୍ରତିନିଧି

Related posts

କବିତା – ଭାବ ଭକ୍ତି

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:—୩

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

Leave a Comment

error: Content is protected !!