ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ଆମଦେଶ ସ୍ୱାଧୀନ

  ଆମଦେଶ ସ୍ୱାଧୀନ

(ରାଗ -କଲ୍ୟାଣ ଆହାରୀ )   
ଊଣାଈଶ ସଟଚାଳିଶ ମସିହା ଅଗଷ୍ଠମାସପନ୍ଦର
ପରାଧୀନତାର ଶୃଙ୍ଖଳୁ ମୁକତେ ଘୁଞ୍ଚିଲା ଦୁଃଖ ମାତାର 
              ଚିର ପିପାସିତସ୍ୱରାଜ ଲଭିଣ
ଦିଲ୍ଲୀଠାରୁ ପଲ୍ଲୀ ଖେଳଇ ନବ ଉଲ୍ଲାସିତ ବାତାବରଣ ll 
ସ୍ୱାଧୀନ ଦେଶର ଜାତୀୟ ପତାକା ନଭେ ଉଡେ ଫରଫର
ସେନାନୀ ପିଙ୍ଗଲ ଭେଙ୍କିଆ ସାଜିଲେ ତ୍ରିରଙ୍ଗାର ରୂପକାର
        ମୁକୁଟବିହୀନ ସମ୍ରାଟ ବାପୁଜୀ
ରାମରାଇଜର ସପନେ ବିଭୋର କାଳସ୍ରୋତେ ଗଲେ ହଜି ll 
ସ୍ୱାଧୀନତା ଲାଭେ ଗଲାଣି ବିତି ଦୀର୍ଘ ପଚସ୍ତରୀ ବରଷ
ଆଜାଦୀ କା ଅମୃତ ମହୋତ୍ସବକୁ ପାଳନ କରୁଛି ଦେଶ
         ଆମ ଦେଶ ସ୍ୱାଧୀନ ‘ର ସ୍ୱାଭିମାନେ
ଜାତିଧର୍ମ ବର୍ଣ୍ଣ ବିଭେଦ ସତ୍ତ୍ୱେ ପୁଲକ ଭରଇ ପରାଣେ ll 
ଗଣତାନ୍ତ୍ରିକ ସାର୍ବଭୌମ ଧର୍ମନିରପେକ୍ଷ ସମାଜବାଦୀ
ସାରା ଜଗତେ ଶାନ୍ତିପ୍ରିୟ ରାଷ୍ଟ୍ର ରୂପେଣ ସ୍ଥାପିତକୀରତି 
       ବୃହତ୍ତମ ସମ୍ବିଧାନ ପ୍ରଣୟନେ
ସୂଚୀ ଅନୁଚ୍ଛେଦେ ବର୍ଣ୍ଣିତ ଶାସନ ନୀତିର ନିରଦ୍ଧାରଣେ ll 
ଫିରଙ୍ଗି ଶାସନ କବଳୁ ମୁକତି ନିମିତ୍ତ କରି ସଂଗ୍ରାମ
ଦେଶ ମାତୃକାର ସେବାରେ ବୀର ଯବାନଙ୍କର ବଳିଦାନ
      ଚିରଆୟୁଷ୍ମାନ ଶହୀଦଙ୍କ ସ୍ମୃତି
ସଂସ୍କୃତି ସମ୍ପନ୍ନ ସ୍ୱାଧୀନ ଦେଶର କେବେ ନ ହେଉ ବିସ୍ମୃତି ll 
ପ୍ରତି ଘର ପରେ ଉଡାଇ ତ୍ରିରଙ୍ଗା କିହେବ ସ୍ୱାଧୀନ ହୋଇ
ନିତ୍ୟ ବ୍ୟବହାର୍ଯ୍ୟ ଦରବେ ଲାଗଇ ଟିକସ ଦୀନ କାନ୍ଦଇ
         ସ୍ୱ ଅଧୀନ ଯେବେ ହୋଇବ ଜନତା
ସ୍ୱାଧୀନ ଦେଶର ନାଗରିକ ରୂପେ ଗାରିମା ର ମାନ୍ୟତା ll 

ନର୍ମଦା ନାୟକ

ଛେଣ୍ଡ, ରାଉରକେଲା , ସୁନ୍ଦରଗଡ

Related posts

ଆଦରମଣି ପ୍ରଧାନ ଙ୍କ କବିତା ରଜ

Sunil Chandra Nayak

ଟିପର – ମୋଟରସାଇକେଲ ଧକ୍କା,୧ ଆହତ

Sunil Chandra Nayak

ଟ୍ରକ୍ ଚାପା ରେ  ଦାଦନ ଶ୍ରମିକଙ୍କ ମୃତ୍ୟୁ , ଗାଁ କୁ ଫେରିଲା ଶବ , କରାଗଲା ଅନ୍ତିମ ସଂସ୍କାର

Sunil Chandra Nayak

Leave a Comment

error: Content is protected !!