ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାନ୍ତନୁ ବିଶୋଇ ଙ୍କ କବିତା ତ୍ରିରଙ୍ଗାର ପାଦତଳେ

ତ୍ରିରଙ୍ଗାର ପାଦତଳେ

ସ୍ୱାଧୀନତା ଲଢ଼ି ଫାଶୀପରେ ଚଢି
ବହିଥିଲା ଯୋଉ ରକତ
ମାଟିରେ ପ୍ଲାବିତ ହୋଇ ସେ ରକତ
ଗେରୁଆ ରଙ୍ଗରେ ବିଦିତ
ତ୍ରିରଙ୍ଗା ପତାକା ଶୀର୍ଷରେ ରହିଛି
କରୁଛି ବିରତ୍ୱ ସୂଚିତ।।(୧)
ମଝିରେ ରହିଛି ଶୁଭ୍ର ଧଳା ରଙ୍ଗ
ପ୍ରଶାନ୍ତି, ସତ୍ୟ ଗୀତ ଗାଇ
ତା ମଧ୍ୟେ ରହିଛି ପ୍ରଗତିର ଚକ
ଦେଶ ଉନ୍ନତି କଥା କହି
ଚବିଶିଟି ଅର ଚବିଶି ବୈଶିଷ୍ଟ୍ୟ
ନିଜ ଇଛାରେ ଛନ୍ତିବହି।।(୨)
ଘନ ସବୁଜର ରଙ୍ଗରେ ତ୍ରିରଙ୍ଗା
ରଙ୍ଗେଇଛି ତଳ ଭାଗରେ
ଭ୍ରାତୃତ୍ବଭାବକୁ ସୁଚେଇ ଦଉଛି
ଧର୍ମଭାବ ଭୁଲି ସଧିରେ
ଆମେ ତ ଚଳୁଛୁ ଭାରତୀୟ ନାମେ
ମାନି ସମ୍ବିଧାନ ବିଧିରେ(୩)
ଧନ୍ୟ ପଟ୍ଟୀ ଭେଙ୍କେୟା ଚିତ୍ରକର
ନିର୍ମାଣିଲ କେଡେ ଯତନେ
ଏଇ ତ୍ରିରଙ୍ଗାର ପାଦତଳେ ରହି
ଜୟଧ୍ଵନି ଛାଡୁ ସଘନେ
ଜାତିଧର୍ମ ଭୁଲି ଭାରତୀୟ ବୋଲି
କମ୍ପାଉ ଗଗନ ପବନେ।।(୪)
                         

                  ଶାନ୍ତନୁ ବିଶୋଇ

                                ଦଣ୍ଡୋର, ଓଡ଼ଗାଁ

Related posts

ସାହିତ୍ୟ ଅଗଣା

Sunil Chandra Nayak

ବିଦ୍ୟାଳୟରେ ବଣ୍ଟା ହେଲା କୃମିନାଶକ ବଟିକା

Sunil Chandra Nayak

କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!