ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀ କୋଠରି ଉଦଘାଟନ କଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା,୧୫/୮- (ମ ନି ସ ) ଆଜି ୭୬ ତମ ସ୍ଵାଧିନତା ଦିବସ ଅବସରରେ କୋକସରା ବ୍ଲକ ସଦର ସରସ୍ୱତୀ ଶିଶୁ ମନ୍ଦିର ର ନୂତନ ଶ୍ରେଣୀ କୋଠରିକୁ କୋକସରା ବ୍ଲକ ଅଧ୍ୟକ୍ଷା ଉଦଘାଟନ କରିଛନ୍ତି। ସ୍ବର୍ଗତ ଗାନ୍ଧିବାଦୀ ସମାଜସେବୀ ହୁକୁମି ଚାନ୍ଦ ଗୁପ୍ତା ଙ୍କ ସ୍ମୁତି ରେ ତାଙ୍କ ପୁଅ ହରଲାଲ ଗୁପ୍ତା ଶିଶୁ ମନ୍ଦିର ପାଇଁ ନୂତନ କୋଠା ନିର୍ମାଣ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଆଜି ଲୋକାର୍ପିତ କରିଛନ୍ତି। ଶିଶୁ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଶିକ୍ଷାବିତ୍ ମୀନକେତନ ପ୍ରଧାନୀ, ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ପ୍ରତିଷ୍ଠାତା ସଭାପତି ଅଶ୍ୱିନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ କମଲେଶ୍ୱର ରଣା ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ଶିଶୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶିଶୁ ମନ୍ଦିର ଭିତ୍ତିଭୂମିରେ ସାହାଯ୍ୟ କରିଥିବା ହରଲାଲ ଗୁପ୍ତାଙ୍କ ତିନି ସୁପୁତ୍ର କୂଳଦୀପ ଗୁପ୍ତା, ଜବାହାରଲାଲ ଗୁପ୍ତା ଓ ବିକ୍ରମ ଗୁପ୍ତା ଙ୍କ ସମେତ କମିଟି ର ସମ୍ପାଦକ ସୁନିଲ କୁମାର ପ୍ରଧାନୀ, ପୂର୍ବ ସଭାପତି ଅଶ୍ୱିନୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ଅଇରି ନାସନ ଚିନ୍ଦା, ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡା ମାଝୀ, ଗୋବର୍ଦ୍ଧନ ବାଗ ପ୍ରମୁଖ ଉପସ୍ଥିତ ଅତିଥିମାନେ ଶିଶୁ ମନ୍ଦିର ପାଇଁ ଶ୍ରେଣୀ କୋଠରି ନିର୍ମାଣ କରି ଶିକ୍ଷାର ବିକାଶ ଓ ଅଞ୍ଚଳର ଶିକ୍ଷାନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଦେଖାଇଥିବା ଗୁପ୍ତା ପରିବାର ଙ୍କୁ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମ କୁ ଗୁରୁଜୀ ଧର୍ମରାଜ ସାହୁ ପରିଚାଳନା କରିଥିବା ବେଳେ କମଲେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ, ଗୁରୁମା ସହ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Related posts

ଖମାର ହଳଦୀ ମାଁ ହଳଦିଏନ ବୁଢ଼ୀ ମନ୍ଦିର ପ୍ରତିଷ୍ଠା

କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜେପି ସଙ୍ଗଠନ

Sunil Chandra Nayak

ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!