ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷର ପୁଅ

ଡାବୁଗାଁ, ୧୫/୮ ଲଘୁଚାପ ଜନିତ ବର୍ଷା ର ପ୍ରଭାବରୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭେଲୁଆଗୁଡା ଗ୍ରାମର ପରଶୁରାମ ହରିଜନ ଙ୍କ ଘରେ ରବିବାର ରାତ୍ରରେ ନିଜର ସ୍ତ୍ରୀସୁନା ହରିଜନ ଓ ୨ ବର୍ଷର ଶିଶୁ ପୁତ୍ର ସିବା ହରିଜନ ଙ୍କ ସହ ସୋଇଥିବା ସମୟରେ ରାତ୍ରି ପ୍ରାୟ ୩ ଘ. ସମୟରେ ବର୍ଷା ରେ ଭୁଶୁଡି ଯାଇଥିଲା । ଡ୍ରେନ ସୁବିଧା ନଥିବାରୁ ଘର ଚାରିପଟେ ବର୍ଷା ପାଣି ଜମି ରହିଛି | ପାଣି ନିଷ୍କାସନ ହେଉଥିବା କଲର୍ଭଟ ଟି ପୋତି ହୋଇଯାଇଛି ଯାହା ଫଳରେ ବର୍ଷା ଜଳ ଜମି ହୋଇ ରହିଛି | ଯାହାଦ୍ୱାରା ଉକ୍ତ ସ୍ଥାନରେ ଥିବା ପରଶୁରାମ ଙ୍କ ଘର ଚାରିପଟେ ପାଣି ଜମା ହୋଇ ଘର କ୍ଷତି ହୋଇଛି | ସେ ପୂର୍ବରୁ ପଞ୍ଚାୟତ, ବ୍ଲକ କାର୍ଯ୍ୟ|ଳୟରେ ରେ ପକ୍କା ଘର ପାଇଁ ବାରମ୍ବାର ଦରଖାସ୍ତ ଦେଇଥିଲେ ମଧ୍ୟ ତାଙ୍କୁ ଆଜିପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିନାହିଁ | ଘର ଭାଙ୍ଗି ଯାଇଥିଲେ ମଧ୍ୟ ତାଙ୍କୁ ସୋମବାର ସନ୍ଧ୍ୟା ଶୁଦ୍ଧା ଜରି ପାଲ ତ ଦୁରର କଥା ତହସିଲ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହଁ|ନ୍ତି | ଗରିବ ପରଶୁରାମ ଙ୍କୁ ଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କଲେ ସେ ଉପକୃତ ହେବେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଜିଲ୍ଲାପାଳ – ଦାୟିତ୍ୱ ନେବା ପରେ ପ୍ରଥମେ ଜିଲାର କେସିଙ୍ଗା ପରିଦର୍ଶନ

Sunil Chandra Nayak

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କାଲିର୍‌ ଭେନେଇ ଆଜିର୍‌ ଡେଢ଼୍‌ଶଶୁର

Leave a Comment

error: Content is protected !!