ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦି କି ଅମୃତ ମହୋତ୍ସବ

ନୂଆପଡ଼ା : ସରକାରୀ ଉଚ୍ଚ ବିଦ୍ୟାଳୟ ଲୋହୋରାପାଲି ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ଦଣ୍ଡସେନା ପତାକା ଉତ୍ତୋଳନ କରି ଦେଶ ପାଇଁ ଛାତ୍ର ଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ଉଦବୋଧନ ଦେଇ ଭବିଷ୍ୟତରେ ଉତ୍ତମ ନାଗରିକ ହେବା ପାଇଁ ଆହ୍ୱାନ ଦେଇଥିଲେ। ପରେ ବିଦ୍ୟାଳୟର ଏନ ସି ସି କ୍ୟାଡେଟ, ସ୍କାଉଟ ଗାଇଡ ଓ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ତଥା କ୍ରୀଡ଼ା ଶିକ୍ଷକ ମହେଶ କୁମାର ଦଣ୍ଡସେନା ପରିଚାଳନା କରିଥିଲେ। ମମତା ପତି, ସୌମ୍ୟ ରଞ୍ଜନ ରାଉତ, ଆରତୀ କୁଣ୍ଡ, ରୋଜାଳିନ ଶବର, ଚିନ୍ମୟ ମାଝି, ଚିନ୍ମୟୀ ବେହେରା, ଭାଗିରଥି ଶବର, ସନ୍ତୋଷ କଠାର, ନରେଶ ବେହେରା, ଲୋକନାଥ ବେହେରା ଆଦି ସହଯୋଗ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ସ୍ଵର୍ଗତ ରଜତ କରଙ୍କ ସ୍ମରଣେ

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଏ କେଉଁ ପ୍ରକାର ମୋହ ।।

Sunil Chandra Nayak

ଭାରସ୍ୟାମ ହରାଇ ଓଲଟିଲା ଟାଟା ମେଜିକ ଗାଡି ଅଳ୍ପକେ ବର୍ତିଲେ ୪ ଜଣ

Sunil Chandra Nayak

Leave a Comment

error: Content is protected !!