ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁକଲା ମେହେର ସମାଜ ତରଫରୁ ଗଙ୍ଗାଧର ଜୟନ୍ତୀ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ସ୍ଥିତ ଲଳିତ ଭବନ ଠାରେ ତୁକଲା ମେହେର ସମାଜ ତରଫରୁ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଲିଙ୍ଗରାଜ ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଧୋଲକିଆ ଗଙ୍ଗାଧର ସାହିତ୍ୟ ବିଶ୍ୱର ଏକ ପ୍ରତିଷ୍ଠିତ ସାହିତ୍ୟର ମାନ୍ୟତା ପାଇବାକୁ ଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଗଙ୍ଗାଧର ମେହେର ଦେଶର ଏକମାତ୍ର ବ୍ୟକ୍ତି ଯାହାଙ୍କ ଜନ୍ମ ଜୟନ୍ତୀ ମାସାଧିକ କାଳ ପାଳନ କରାଯାଏ ବୋଲି କହିଥିଲେ।ପଲ୍ଲୀ ପ୍ରଗତି ମହାବିଦ୍ୟାଳୟ ଦୋହେଲ ପଡା ର ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ମେହେର ସାହିତ୍ୟର ମହନୀୟତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ମେହେର ସାହିତ୍ୟ ଜନଜୀବନର ପ୍ରତିଛବି ବୋଲି ମତ ଦେଇଥିଲେ।କାର୍ଯ୍ୟକ୍ରମ ରେ ବସନ୍ତ ମେହେର ଅତିଥି ପରିଚୟ ଦେଇଥିବା ବେଳେ ଦେବୀ ମେହେର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।ସଂଜୀବ ଦାଶ ଓ ସାଥି ମେହେର ସଙ୍ଗୀତ ଗାନ କରିଥିଲେ।ସ୍ବର୍ଗତ ଭାସ୍କର ମେହେରଙ୍କୁ ମରଣୋତ୍ତର ଭାବରେ ଗଙ୍ଗାଧର ସମ୍ମାନ ଦିଆଯାଇଥିଲା।ସେହିପରି ଦୁଲ୍ଲମଣି ମେହେର ମଧ୍ୟ ସମ୍ମାନିତ ହୋଇଥିଲେ।ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ହୀରାଧର ମେହେର, ଦିଲେଶ୍ୱର ମେହେର, ନିଳାମ୍ବର ମେହେର, ଚେତୁରାମ ମେହେର, ଲୋକନାଥ ମେହେର, ରତ୍ନାକର ମେହେର, ଦୁଷ୍ମନ୍ତ ମେହେର, ଯଯାତି କେଶରୀ ମେହେର, ଜଗଦୀଶ ପ୍ରସାଦ ମେହେର, ଟଙ୍କଧର ମେହେର, ମଧୁସୂଦନ ମେହେର, ଯୁଧିଷ୍ଠିର ମେହେର, ଚୈତନ୍ୟ ମେହେର, ସୋମନାଥ ମେହେର, ଦେବୀ ଚରଣ ମେହେର, ନରେଶ କୁମାର ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ତୁଳସୀ ରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜଗଜ୍ଜୀବନ ସା ଙ୍କ କବିତା ବରଷା

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶ ତମ ରୌପ୍ୟ ଜୟନ୍ତୀ ଯାତ୍ରା

Leave a Comment

error: Content is protected !!