ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ କ୍ଲବ ପକ୍ଷରୁ ସହାୟତା, ସେବା ପ୍ରଦାନରେ ସହଯୋଗ ନେଇ ବେଟ୍ରି ଚଳିତ ସ୍କୁଟି ପ୍ରଦାନ

ନୂଆପଡା ଜିଲ୍ଲା ଖଡ଼ିଆଳ ଉମେଶ ବଟିକା ଓ ଲାଲ ସାହେବ ପଡା ନିବାସୀ ରାଜେଶ ପୋଡ଼ ନିସ୍ଵାର୍ଥ ସେବାର ବିନ୍ଧାଣି ରୂପେ ଜୀବନ ଉସର୍ଗିକୃତ କରିଛନ୍ତି। ଦୀର୍ଘ ବର୍ଷ ହେବ ମାନସିକ ବିକୃତ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବାରେ ସହଯୋଗ କରୁଥିବା ଜୀବନର ଏକ ଅଜବ ନିଶା ଅଟେ। ମାନବ ସମାଜ ରେ ତାଙ୍କ ଏହି କାର୍ଯ୍ୟ ସତରେ ପ୍ରଶଂସନୀୟ ଅଟେ। ତେଣୁ ତାଙ୍କ ଖାଦ୍ୟ ସଂଗ୍ରହ ଏବଂ ଖାଦ୍ୟ ଯୋଗାଣ କେବଳ ଏକ ସାଇକେଲ ରେ କରୁଛନ୍ତି। ତେଣୁ ସମୟ ନଷ୍ଟ ହେଉ ଥିବା ବେଳେ ତାଙ୍କୁ ଏକ ବେଟ୍ରି ଚାଳିତ ସ୍କୁଟି ଖଡ଼ିଆଳ କ୍ଲବ ପକ୍ଷରୁ ପ୍ରଦାନ କରିଛନ୍ତି। ଆଜି ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ହାଇସ୍କୁଲ ପଡ଼ିଆ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟ ଅତିଥି ପୁଷ୍ପାଞ୍ଜଳି ନନ୍ଦ ଏବଂ ଖଡ଼ିଆଳ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତିରେ ସ୍କୁଟି ପ୍ରଦାନ କରିଛନ୍ତି।ତାଙ୍କ ଏହି ନିସ୍ଵାର୍ଥପର ସେବାରେ ତାଙ୍କ ପତ୍ନୀ ଏବଂ ପରିବାର ସହଯୋଗ ମଧ୍ୟ ରହିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ଢେଙ୍କାନାଳ – ବିରାଶାଳ ଏୟାର ଷ୍ଟ୍ରିପ ବିମାନ ଦୁର୍ଘଟଣା

Leave a Comment

error: Content is protected !!