ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

ଜୀବନଟା ଗୋଟେ ରାଜରାସ୍ତା ଭଳି

         

ନିରୁପମାପାଣି 

ଜୀବନଟା ଗୋଟେ ରାଜରାସ୍ତା ଭଳି
ଆଗକୁ ଯାଇଛି ମାଡି
ଯେତେ ଚାହିଁ ହଲେବି ଶେଷ ତା ର ନାହିଁ 
ଯାଇନି କେଉଁଠି ଛିଡି!!
କେତେ ଆସିଲେଣି ଜୀବନ ରାସ୍ତାରେ
କେତେଯେ ଗଲେଣି ଫେରି
ହିସାବ ରଖିନି ଜଣେବି କାହାକୁ
ସଭିଙ୍କୁ ଯାଇଛି ଭୁଲି!!
କିଏ ହସେଇଲା କିଏ କନ୍ଦେଇଲା
ସମୟ ତାହାର ସାକ୍ଷୀ
ଜଣେଏକା ସେଇ ଏଇ ଦୁନିଆଁରେ
ସବୁ ସତ ପାରେ ଦେଖି!!
ମୁଖାପିନ୍ଧା ଲୋକ ସବୁ ଏଠି ଠକ
ପଛରୁ ମାରନ୍ତି ଛୁରି
ମିଠାକଥା କହି ଆପଣାର ହୋଇ
ଶେଷେ ହୁଅନ୍ତି ବଇରି!!
ସ୍ୱାର୍ଥ ଥିବାଯାଏ ସଭିଏଁ ନିଜର
ବିନା ସ୍ୱାର୍ଥେ ଶତୃ ଜାଣ
ଆହାକହିବେନି ସାହାବି ହେବିନି
ଖୋଜିଚାଲିଥିବେ ଧନ!!
ଅଣ୍ଟିଛୁରି ହୋଇ ତଣ୍ଟି କାଟିଦେବେ
ସ୍ୱାର୍ଥରେ ଆସିଲେ ବାଧା
ଏମିତି ସମାଜେ ମଣିଷ ଜନମ
ଦିଏ ଯାହା ହୃଦେ ବାଧା!!
       

ଚାନ୍ଦବାଲି , ଭଦ୍ରକ୍

Related posts

ବେଣୁ ଧର ସୁତାର ଙ୍କ କବିତା ସ୍ମୃତି ର ବସନ୍ତ

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ଦାବୀରେ  ପୁଣିଥରେ ଜୁନାଗଡ଼ ବାସୀ, ସଂଗ୍ରାମ ପାଇଁ ସଜବାଜ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

Sunil Chandra Nayak

Leave a Comment

error: Content is protected !!