ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଗୁଡ଼ା ଗାଁରେ ପୁଣି ତଣ୍ଟିଏ ପାଣିରେ ବୁହାହେଲା ଶବ

ଗୋଳାମୁଣ୍ଡା/୧୫/୮/୨୨/ମସିହା/ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ବେହେରାଗୁଡା ଗ୍ରାମର ସନ୍ତ ରଣା ଙ୍କ ମୃତ୍ୟୁରେ ତଣ୍ଟିଏ ପାଣି ପାର ହୋଇ ମଶାଣିକୁ ଶବ ନେଇଥିଲେ । ପୁଣି ଥରେ ଆଜି ସୋମବରଦିନ ସମାନ ସେହି ଭଳି ଘଟଣା ଦେଖା ଦେଇଛି । ଜଣଙ୍କ ମୃତ୍ୟୁ ହେବାରୁ ସପ୍ତାହ ବିତି ନାହିଁ ପୁଣି ଗ୍ରାମବାସୀ ଜୀବନକୁ ବାଜି ଲଗେଇ ଡମେନ ରଣା ସ୍ୱାମୀ ପବିତ୍ରରଣା ଙ୍କ ଶବକୁ ତଣ୍ଟିଏ ପାଣିରେ ବୋହି ନାଳ ପାରି ହୋଇ ଶବକୁ ମଶାଣି ନେଇଛନ୍ତି ,କିଛି ଦିନ ତଳେ ଡ଼ମେନ ରଣା ଦେହ ଖରାପ ହେବାରୁ ବିଷମ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା,ହେଲେ ଗାଁକୁ ଆଜି ଅପରାହ୍ନ ୩ଟା ରେ ଶବ ଆସିବା ପରେ ଡ଼ମେନ ରଣାଙ୍କ ଶବକୁ ମଧ୍ୟ ତଣ୍ଟିଏ ପାଣିରେ ଗ୍ରାମବାସୀ ବୋହି ଶବକୁ ମଶାଣିକୁ ନେଇଥିଲେ ,ଏହି ପରିସ୍ଥିତିରେ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ମୁଣ୍ଡ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ, ଧର୍ମଗଡ଼ ବ୍ଲକ ସଭାପତି ଡାକେଶ୍ୱର ଲହଜଳ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଭୁବନେଶ୍ୱର ନିଆଲ, ପ୍ରମୁଖ ଉପସ୍ଥିତ ରହି ନିଜର ମହତ୍ତ୍ୱପୂର୍ଣ୍ଣ ବ୍ୟବହାର କରିଥିବାରୁ ଅଞ୍ଚଳ ବାସୀ ଶ୍ରୀ ମଙ୍ଗରାଜ ଙ୍କୁ ଧନ୍ୟବାଦ ଅର୍ପଣ ଜଣାଇ ଥିଲେ,ତତସହିତ ଆସନ୍ତା ସାତଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ବେହେରାଗୁଡା ଗ୍ରାମକୁ ଆସି ବ୍ରିଜି ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ନ ଦିଅନ୍ତି ତେବେ ଆଗାମି ଦିନରେ କଂଗ୍ରେସ ପକ୍ଷରୁ ରାଜରାସ୍ତାକୁ ବାଧ୍ୟହୋଇ ଓହ୍ଲାଇବୁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି, ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ନିର୍ଭୟ, ନିରପେକ୍ଷ, ପ୍ରଗତି ମସିହା ରିପୋର୍ଟ ପ୍ରତିନିଧି,

Related posts

ଆବଶ୍ୟକ ଥିଲେ ନିଅନ୍ତୁ ବଳକା ଥିଲେ ଦିଅନ୍ତୁ ଉଦଘାଟନ 

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବାପୁ ସଦବୁଦ୍ଧି ଦିଅ

Sunil Chandra Nayak

ନର୍ଲା – ସାପ୍ତାହିକ ବଜାର ଦିନ ବିଜେଡ଼ିର ଜଳସେବା

Leave a Comment

error: Content is protected !!