ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷୀ’ର ଟ୍ରେଲର ରିଲିଜ୍

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ସ୍ୱାଧିନତା ସଂଗ୍ରାମୀଙ୍କ କଥା ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷୀ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ସିନେମାଟି ନିର୍ମାଣ ହୋଇଛି ବୋଲି ସିନେମାଟି ଅତ୍ୟନ୍ତ ଉଚ୍ଚକୋଟିର ଓ ଦର୍ଶକ ଏକ ଭଲ କାହାଣୀ ଦେଖିବାକୁ ପାଇବେ ବୋଲି ସିନେମାର ଷ୍ଟାରକାଷ୍ଟ ମତବ୍ୟକ୍ତ କରିଛନ୍ତି । ବ୍ରିଟିଶ ବିରୁଦ୍ଧରେ ସ୍ୱର ଉଠାଇବା ସହ ଲଢେଇ କରି ଶହୀଦ ହୋଇଥିଲେ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ । ସିନେମା ‘ମହର୍ଷୀ’ରେ ସମ୍ପୁର୍ଣ୍ଣ ରୂପେ ସେହି କାହାଣୀକୁ ଉପସ୍ଥାପନା କରାଯାଇଛି । ଦର୍ଶକ ଏହାକୁ ଦେଖି ଇତିହାସ ସମ୍ପର୍କରେ ଜାଣିବା ସହ ମାଟି ପାଇଁ ପ୍ରାଣବଳୀ ଦେଇଥିବା ସ୍ୱାଧିନତା ସଂଗ୍ରାମୀଙ୍କୁ ମନେ ପକାଇବେ । ଏହି ସିନେମାଟି ଯୁବକଙ୍କ ମନରେ ନୂଆ ଉତ୍ସାହ ଭରିଦେବା ସହ ଦେଶପ୍ରେମକୁ ଜାଗ୍ରତ କରିବ । ଏଥିସହ ଓଲିଉଡରେ ନିଚ୍ଛକ ଓ ସତ୍ୟ କାହାଣୀର ଆବଶ୍ୟକତା ରହିଛି ଯାହାକୁ ଦର୍ଶକେ ଖୁବ ପସନ୍ଦ କରିବେ ବୋଲି ସିନେମାର ନାୟକ ଚନ୍ଦନ କର କହିଛନ୍ତି ।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୨ ପାଳିତ

Sunil Chandra Nayak

ପଞ୍ଚାନନ ଦୂରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲ ରେ ଦେଶ କି ମେଣ୍ଟର ମନୋନୀତ 

Sunil Chandra Nayak

ଷଡ଼ଙ୍ଗୀ ନୋଡାଲ ସ୍କୁଲ୍ ରେ ପୋଷଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!