ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣ ରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ

କୋକସରା,୧୬/୮-( ମ ନି ସ) ଭାଲୁ ଆକ୍ରମଣରେ ମହିଳା ଗୁରୁତର ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ର ମହିଳା କ୍ଷୀର ଚଳାନ ମଙ୍ଗଳବାର ସକାଳୁ ଜଙ୍ଗଲକୁ ଲାଗି ରହିଥିବା ନିଜ ଚାଷଜମିକୁ ଯାଉଥିବା ସମୟରେ ଜଙ୍ଗଲ ନିକଟରେ ଅତର୍କିତ ଭାବେ ଭାଲୁ ଆକ୍ରମଣର ଶିକାର ହୋଇ ଚିତ୍କାର କରିଥିଲେ । ନିକଟସ୍ଥ ଚାଷଜମିରେ କାମ କରୁଥିବା ଲୋକମାନେ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବା କାରଣରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆମପାଣି କନ୍ଦାଗଡ଼ ବିଟ ଜଙ୍ଗଲ ବିଭାଗ ଫରେଷ୍ଟ ଗାର୍ଡ ପହଞ୍ଚି ତଦନ୍ତ ଜାରି ରଖିବା ସହ ଗୁରୁତର ମହିଳା ଙ୍କ ଚିକିତ୍ସା କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଳି କହିଛନ୍ତି।

Related posts

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆଦେଶନାମା ଜାରି ପରିପ୍ରେକ୍ଷୀରେ..

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ –  ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

Sunil Chandra Nayak

Leave a Comment

error: Content is protected !!