ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

ବଇଁଶୀ ବାଜୁନି ଆଉ କୁଞ୍ଜରେ

ଉପେନ୍ଦ୍ର କୁମାର ବସ୍ତିଆ

   

କାହ୍ନୁରେ••••

ବଇଁଶୀ ବାଜୁଛି ନୀଳାଚଳରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ
ତୁମେ ଗଲାଦିନୁ କାହ୍ନୁ 
ଝୁରଇ ଏ ବୃନ୍ଦାବନ 
ଝୁରଇ ଯମୁନା ତଟ 
ଝୁରେ ଆଜି ବ୍ରଜଗଣ 

କାହ୍ନୁରେ••••

ତରଙ୍ଗ ଉଠେନା ଯମୁନାରେ 
ବଇଁଶୀ ବାଜୁନି ଆଉ କୁଞ୍ଜରେ  
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ବାଜୁନି ମୁରଲୀ ସଂଜେ 
ଶୁଭୁନି ଚହଳ କୁଞ୍ଜେ 
କଦମ୍ବ ଯମୁନା ଖୋଜେ 
ନିଶ୍ଚଳ ଲାଗୁଛି ବ୍ରଜେ 

କାହ୍ନୁରେ••••

ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀରାଧା ଝୁରଇ ବୃନ୍ଦାବନରେ ।
କେଳି କରୁଥିଲ ଦିନେ 
ଯମୁନା କୂଳରେ ଯାଇ 
ସେବା ପାଉ ଅଛ ଆଜି 
ବଡ ଦେଉଳରେ ରହି 

କାହ୍ନୁରେ••••

କେଉଁ ଅଭିମାନେ ନୀଳାଚଳରେ।
ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ରାଧାରାଣୀ ତୁମପାଇଁ 
କଳଙ୍କ ପସରା ବୋହି 
ଶାଶୁ ନଣନ୍ଦ ଗଞ୍ଜଣା 
ହିସାବ କିତାବ ନାହିଁ 

କାହ୍ନୁରେ••••

ରାଧାପ୍ରେମେ ଏକି ପ୍ରୀତି ଦାନରେ 
ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ଯେମିତି ଭୁଲିଲ ତୁମେ 
ସ୍ନେହ,ପ୍ରୀତି ଦାନକୁ 
ସେମିତି ଭିଲିବ ଦିନେ 
ଭକ୍ତ ଜନ ମାନଙ୍କୁ 

କାହ୍ନୁରେ••••

ତୁମର ଏହିକି ଗୀତା ଜ୍ଞାନରେ 
ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।

ରାଉରକେଲା

Related posts

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମ କନ୍ଧମାଳ ଏହି

Sunil Chandra Nayak

Leave a Comment

error: Content is protected !!