ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଡୋଙ୍ଗର ଯାତ୍ରା ପାଳିତ

କୋକସରା,୧୬/୮- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡକୁ ଲାଗି ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଏହି ଅଞ୍ଚଳର ଜନଜାତି ଓ ଗ୍ରାମବାସୀ କେଉଁ ଏକ ଆବାହ ମାନ କାଳରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୁଜା ପାଉଥିବା ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜାକରି ଆସୁଛନ୍ତି । ଦେବୀ ଙ୍କ ଛତ୍ରଛାୟାରୁ ଗ୍ରାମବାସୀ ମାନେ ସୁଖମୟ ସୁସ୍ଥ ହୋଇ ଏହି ଅଞ୍ଚଳରେ ବସବାସ କରୁଥିବା ଯୋଗୁଁ ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ । ଡୋଙ୍ଗର ଯାତ୍ରା ନାମରେ ନାମିତ ଏହି ପର୍ବରେ ଗ୍ରାମବାସୀ ମାନେ ମିଳିତ ଭାବେ କାଳିସୀ ଓ ଗ୍ରାମ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲିଚାଲି କାଳିସୀ ଓ ଲାଠି ଯାତ୍ରାରେ ବାହାରି ଜଙ୍ଗଲ ମଧ୍ୟରେ ଥିବା ଦେବୀଙ୍କ ଆସ୍ଥାନରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଙ୍ଗଲ ପରିବେଶ ମଧ୍ୟରେ ଥିବା ଦେବୀଙ୍କ ମନ୍ଦିରରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ସହ କୁକୁଡ଼ା ବୋଦା ବଳି ଦେଇ ନିଜର ମାନସିକ ପୁରଣ କରନ୍ତି । ଜନଶ୍ରୁତି ଅନୁସାରେ ଦଣ୍ଡପାଟ ଅଞ୍ଚଳର ଦେବୀ ଦଣ୍ଡ ପାଟିଆଣୀ ଏଠାରେ ପ୍ରଥମେ ପୂଜା ପାଉଥିବାବେଳେ ଏହି ଡୋଙ୍ଗର ଯାତ୍ରା ପରେ ଦଣ୍ଡପାଟ ଅଞ୍ଚଳର ଲୋକମାନେ ନୂଆଖାଇ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି ଡୋଙ୍ଗର ଯାତ୍ରାରେ ଶତାଧିକ ମାନସିକ ଧାରୀମାନେ ମା ଙ୍କ ନିକଟରେ ଶୁକ୍ଳ ଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ନିଜର ମାନସିକ ପୂରଣ କରୁଥିବା ବେଳେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇପଡେ । ପଡୋଶୀ ରାଜ୍ୟ ଛତିଶିଗଡ ବସ୍ତର ଓ ନବରଙ୍ଗପୁର ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାକୁ ଆସିଥାନ୍ତି । ତେବେ କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ହେବ ଏହି ଯାତ୍ରାକୁ ଗ୍ରାମ୍ୟ କମିଟି ପ୍ରଶାସନର କଟକଣାକୁ ସମ୍ମାନ ଦେଇ କେବଳ ବିଧିରକ୍ଷା ପାଇଁ ମା ଙ୍କ ପୂଜାର୍ଚ୍ଚନା ସିମିତ ସେବାୟତଙ୍କୁ ନେଇ ପାଳିତ କରିଥିଲେ । ତେବେ ଚଳିତ ବର୍ଷ କୋଭିଡ କଟକଣା କୋହଳ ହେବା ଫଳରେ ମଙ୍ଗଳବାର ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଡୋଙ୍ଗର ଯାତ୍ରାରେ କିଛି ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତଥାପି ଗ୍ରାମ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଛି । ଯାତ୍ରା କମିଟି ର ସଭାପତି ହେମନ୍ତ ମାଝୀ ଙ୍କ ନେତୃତ୍ୱରେ ଗୋତୋମୁଣ୍ଡା ଗ୍ରାମର ଗଣା ମଳୟ ବାଗ, ଦେବିସିଂ ମାଝୀ, ମୁରଲୀ ଅନ୍ତି, ଅଖିଲ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ଭରତ ପୁଝାରୀ, ରତନ ମାଝୀ, ହିମାଂଚଳ ପୁଝାରି, ବଲରାମ ମାଝୀ, ମୁକୁନ୍ଦ ନାଗେସ, ଲଷ୍ମୀଧର ପଟେଲ, ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ନିରଞ୍ଜନ ବାଗ, ବଲିୟାରସିଂ ମରେଇ, ସରପଞ୍ଚ ପ୍ରତିନିଧି ହିମାଞ୍ଚଳ ପୁଝାରୀ, ଈଶରାମ ଟୋଲଟିଆ, ଦୁର୍ଯ୍ୟୋଧନ କାଣ୍ଡ ପ୍ରମୁଖ ଏହି ଘାଟି ମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଦେବୀ ଙ୍କ ସେବକ ମନୋହର ପୁଝାରୀ, ବଳି ପୀଠ ପୁଝାରୀ ଗଣନାଥ ପୁଝାରୀ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ ।ଏହି ଅବସରରେ ମାନସିକ ଧାରି ଶ୍ରଦ୍ଧାଳୁ ମାନେ ମାଙ୍କ ପାଖରେ ଶୁକ୍ଲଭୋଗ ସହ ରକ୍ତଭୋଗ ଅର୍ପଣ କରି ନିଜର ମାନସିକ ପୁରଣ କରିଥିଲେ ଓ ମନ୍ଦିର ପରିସରରେ ଥିବା ଜଙ୍ଗଲ ମଧ୍ୟରେ ମା ଙ୍କ ପ୍ରସାଦ ସେବନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୋତୋମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ ନାଏକଙ୍କ ସମେତ ଆଇ ଆର୍ ବି ଜବାନ ମାନେ ମୁତୟନ ହୋଇଥିଲେ ।

Related posts

ଭବାନୀପାଟଣା ଠାରେ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ

Sunil Chandra Nayak

ଶ୍ରୀମଦଭଗବତଗୀତାର ଷଷ୍ଠ ଅଧ୍ଯାୟର ସାରକଥା-୬

Sunil Chandra Nayak

ରଶି ଲଗାଇ ଆତ୍ମହତ୍ୟା , କାରଣ ଆଶ୍ବଷ୍ଟ

Sunil Chandra Nayak

Leave a Comment

error: Content is protected !!