ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ରକ୍ତ ଭଣ୍ଡାର ଠାରେ ଆମ ଓଡ଼ିଶା ପକ୍ଷରୁଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ନଗରପାଳ ଶ୍ରୀ ଅଶୋକ କୁମାର ମହାନ୍ତି, ଧର୍ମଗଡ ଚେମ୍ୱର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ, ବରିଷ୍ଠ ସାମ୍ୱାଦିକ ହୃଷିକେଶ ମିଶ୍ର, ବୈଦ୍ୟନାଥ ବେହେରା, ଶିକ୍ଷାବିତ୍ ଜୟନ୍ତ କୁମାର ମୁଣ୍ଡ, ଯୁବ ସମାଜସେବୀ ମହେଶ୍ୱର ସୁନାନି, ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ। ଗୋଲାମୁଣ୍ଡା ର ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରଥମେ ରକ୍ତଦାନ କରିଥିବା ବେଳେ ଯୁବ ବ୍ୟବସାୟୀ ପ୍ରତାପ ବାରିକ ୨୯ ଥର ପାଇଁ ଏହି ଶିବିରରେ ରକ୍ତଦାନ କରିଥଲେ। ରକ୍ତଭଣ୍ଡାର ର ଲେଵ ଟେକ୍ନିସିଆନ ତିରୁପତି ମୁଣ୍ଡ, ଡାକ୍ତରଖାନା ମ୍ୟାନେଜର ସୁମେଶ୍ୱର୍ ନାଏକ, ଭରତ କାଣ୍ଡ ଶିବିରରେ ସହଯୋଗ କରିଥିବା ବେଳେ ଢଗମାଳିଆ ନାଏକ ଓ ଅଙ୍କିତ ସେଠି ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଶିବିରରେ ୫୦ ୟୁନିଟ ବ୍ଲଡ ସଂଗ୍ରହ ଲକ୍ଷ୍ୟ ରଖାଯାଉଛି ବୋଲି ଆମ ଓଡ଼ିଶା ରକ୍ତଦାନ ଅଭିଯାନର ମୁଖ୍ୟ ବିରଞ୍ଚି ନାରାୟଣ ଜାଲ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା

Sunil Chandra Nayak

ଭାସିଗଲା କଂଗ୍ର। ଓ ଦୁଖୁ ଗୁଡା ସଂଯୋଗ କାରୀ କଲଭର୍ଟ

Sunil Chandra Nayak

Leave a Comment

error: Content is protected !!