ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ଜିଲ୍ଲାପାଳଙ୍କ ଦ୍ଵାରା’ସାହସିକତା ସମ୍ମାନ’ ରେ ସମ୍ମାନୀତ

ନବରଙ୍ଗପୁର —ନବରଙ୍ଗପୁର ଜିଲ୍ଲା ୭୬ ତମ ସ୍ଵାଧିନତା ଦିବସ ପାଳନ ଅବସରରେ ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ସୁବାସ ଚନ୍ଦ୍ର କୁମ୍ଭାର ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଙ୍କ ଠାରୁ ‘ସାହସିକତା ସମ୍ମାନ’ ପ୍ରମାଣ ପତ୍ର ପାଇ ଡାବୁଗାଁ ବ୍ଲକ କୁ ତଥା ନିଜ ପଞ୍ଚାୟତକୁ ଗର୍ବିତ କରିଛନ୍ତି।ଉକ୍ତ ପ୍ରମାଣ ପତ୍ରରେ ଜିଲ୍ଲାପାଳ , ସୁଚନା ଲୋକ ସମ୍ପର୍କ ଅଧିକରୀ ହଳଧର ନିହାଲ ଙ୍କ ଦସ୍ତଖତ ରହି ଥିବା ଦେଖାଯାଇଛି। ଉକ୍ତ ଜୁବକ ଡଙ୍ଗରିଗୁଡା ଗ୍ରାମର ୧୬ ବର୍ଷର ନା ବାଳିକା ଅନିତା ଗଉଡ ଘରୋଇ କଳିକୁ କେନ୍ଦ୍ର କରି ଏକ ବିରାଟ ଆମ୍ବ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ନାବାଳିକାର ଜୀବନ ବଞ୍ଚାଇବା ପାଇଁ ନିଜର ଉପସ୍ତିତ ବୁଦ୍ଧି ଓ ସାହସିକତାର ପରିଚୟ ଦେଖାଇ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାକୁ ଫାସି ଅବସ୍ଥାରେ ବହୁ ସମୟ ଟେକି ଧରି ଜୀବନ ବଞ୍ଚାଇଥିଲେ।ଡାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ସେହି ବିରାଟ ଆମ୍ବ ଗଛ ପାଖରେ ପହଞ୍ଚି ଦୁଇ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ତଳକୁ ଓଲ୍ହାଇ,ନାବାଳିକାକୁ ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ସ୍ଵାସ୍ଥ୍ୟ ପରିକ୍ଷା କରାଇ ବଞ୍ଚାଇ ଥିଲେ।ଏହି ଯୁବକ ଠିକ୍ ସମୟରେ।ଗଛ ଉପରେ ଚଢି ନାବାଳିକାକୁ ଟେକି ଧରି ନ ଥିଲେ ଅକାଳ ମ୍ରୁତ୍ୟୁର ଶିକାର ହୋଇ ଥାଆନ୍ତେ।ଏଣୁ ଏପରି ସାହାସିକତା ଯୁବକ ହେବା ପାଇଁ ଯୁବପିଡିଙ୍କ ମନରେ ଉଦାହରଣ ପାଲଟିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ଗ୍ରୀଣ୍ଡୋଲଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ

Sunil Chandra Nayak

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!