ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

ଟେମରି :-(ମ. ନି. ସ )କେନ୍ଦ୍ର ସରକାର ଓ ଓଡିଶା ସରକାର ଦେଶ ର ଉନ୍ନତି ପାଇଁ ଅନେକ ଯୋଜନା କଲେ ମଧ୍ୟ ପ୍ରକୃତ ହିତାଧିକାରୀ ପାଖକୁ ପହଂଚି ପାରୁନାହିଁ ସରକାରୀ ଯୋଜନା l ଯାହା ଫଳରେ ଗରିବ, ଦାରିଦ୍ର, ବେକାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଲୋକ ପ୍ରତିନିଧିମାନେ ନିଜ ନିଜ ଆପଣାର ଲୋକମାନଙ୍କ ପାଇଁ ଯୋଜନାର ଫାଇଦା ଉଠାଉଥିବାବେଳେ ଅଶିକ୍ଷିତ, ଅପାଠୁଆ,ସରଳ,ନିରୀହ ଲୋକ ବଂଚିତ ରହୁଛନ୍ତି ବୋଲି ବିଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି lଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ପଂଚାୟତର କୁମ୍ଭାରୀ ଗ୍ରାମରେ ଲୋକେଶ୍ୱର ଗୋପାଳ, ପିତା – ଧୋବା ଗୋପାଳ ଝାଟିମାଟିର କୁଡ଼ିଆରେ ରହନ୍ତି l ତାଙ୍କର ସ୍ତ୍ରୀ ଓ ଦୁଇ ଜଣ ପୁଅ ମିଶି ଚାରି ଜଣକୁ ନେଇ ଏକ ପରିବାର ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଅଗଷ୍ଟ ପନ୍ଦର ଦିନ ସକାଳ 7ଟାରେ ଶୁକ୍ରୁ ଲହଜଳଙ୍କ ମାଟି ଘର ଭୁଶୁଡି ପଡି ଲୋକେଶ୍ୱର ଗୋପାଳର ଘର ଉପରେ ପଡିବାରୁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି l ଯାହା ଫଳରେ ସେ କେମିତି ରହିବ,କେଉଁଠିକୁ ଯିବ, ନିରାଶ୍ରୟ ହୋଇ ହାତେ ମୁଣ୍ଡ ଦେଇ ବସିଛନ୍ତି l ସେହିପରି ଶୁକ୍ରୁ ଲହଜଳର ପରିବାର ମଧ୍ୟ ଘର ଭାଂଗି ଯିବା ଫଳରେ ବାସଶୂନ୍ୟ ହୋଇଛନ୍ତି l ଲୋକେଶ ଓ ଶୁକ୍ରୁ ମତ ପ୍ରକାଶ କରିଛନ୍ତି ଯେ ସେ ଅନେକ ଥର ଲୋକପ୍ରତିନିଧିମାନଙ୍କୁ ବାରମ୍ବାର ଘରଟିଏ ପାଇଁ ଜଣାଇ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କାଆବାସ ଆଜିଯାଏଁ ପାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଦୁଇ ପରିବାରକୁ ଜରୁରୀକାଳୀନ ଭିତ୍ତିରେ ରହିବାପାଇଁ ସୁବ୍ୟବସ୍ଥା କରାଯାଉ ବୋଲି ଜନ ସାଧାରଣରେ ଦାବୀ ହେଉଛି l

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଦାସୀ ଗାଁରେ ଜନ ଶୁଣାଣି ଶିବିର

Sunil Chandra Nayak

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

କୁହୁରା ପଞ୍ଚାୟତର ସମିତି ସଭ୍ୟାଙ୍କ ଅକାଳ ବିୟୋଗ 

Sunil Chandra Nayak

Leave a Comment

error: Content is protected !!