ଝରି ପଡେ କେବେ ବିରହ ହିମରେ,
ଶେଫାଳୀଟିଏ ମନ ଅଗଣାରେ,
ମନେ ପଡେ ପୁଣି ଅତୀତର ପ୍ରୀତି,
ପୋଖରୀ ତୁଠରେ ନିଜ ଅଜଣାରେ !
ଭେଟିବାକୁ ସତେ କି ଲାଗି ଯାଏ ସେ:
ପ୍ରେୟସୀ ଯାହାର ପାରିନି ହୋଇ?
କି କାରଣେ ସତେ ସ୍ମୃତିର ପସରା,
ତା’ର ପଣତେ ଦିଏ ପୁଣି ଥୋଇ?
ସଦ୍ୟ ଭରୁଥିବା କୁହୁଡି ଘେରରେ,
ମଉନତାରେ କହି ଯାଇ ଥାଏ,
ହୃଦରୁ ବାହାରି କମ୍ପିତ ଅଧରେ,
ଉତ୍ତରଟିଏ ରହି ଯାଇ ଥାଏ,
ପ୍ରଶ୍ନବାଚୀଟିଏ ତାହାର ଆଖିର ,
ଉତ୍ତରଟିଏ ହୋଇଯାଇଥାଏ I