ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

ଚନ୍ଦାହାଣ୍ଡି(ମ ନି ସ) ଚନ୍ଦାହାଣ୍ଡି ଅଞ୍ଚଳରେ ଚୋର ଆତଙ୍କ ନେଇ ଅଞ୍ଚଳ ବାସୀ ଭୟଭୀତ ରହିଥିବା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ଚନ୍ଦାହାଣ୍ଡି ଥାନା ବୋରିଗୁଡl ଗ୍ରାମରେ ଚୋର ସନ୍ଦେହ ରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ କୁ ପ୍ରେରଣ କରିଛି । ସୂଚନା ରୁ ପ୍ରକାଶ ଗତ ସୋମବାର ବିଳମ୍ବିତ ରାତିରେ ବୋରିଗୁଡା ଗ୍ରାମର ଦିବାଚନ ସାହୁଙ୍କ ଟ୍ରାକ୍ଟର ଟ୍ରଲିର କିଛି ଜିନିଷ କୁ ଚୋରି କରିନେଉଥିବା ସମୟରେ ବୋରିଗୁଡା ମୁସଲିମ ସାହିର କିଛି ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ । ଚନ୍ଦାହାଣ୍ଡି ପୁଲିସ ବୋରିଗୁଡା ଗ୍ରାମର ତୁଲସିରାମ ବାରିକ, ରାଇଘର ଥାନା ମୁଣ୍ଡିବେଡା ଅଞ୍ଚଳର ନାଗେଶ ଏବଂ ଧୂପକୋଟ ଗ୍ରାମର ମନୁ ମାଝୀ କୁ ଥାନାରେ ଆଣି ଅଟକ ରଖି ପଚରାଉଚରା କରିଥିଲେ । ଏନେଇ ଆଜି ବୋରିଗୁଡl ଗ୍ରାମର ଦିବାଚନ ସାହୁ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଏତଲା ଦେବା ପରେ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୯୬/୨୨ ପ୍ରକାରେ ଆଇପିସିର ଧାରା ୩୭୯/୩୪ ରେ ଗିରଫ କରି ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତକୁ ପ୍ରେରଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାପରେ ଜେଲ୍ ହାଜତକୁ ପଠେଇ ଦିଆଯାଇଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।ଏ ଏସ ଆଇ ଲଳିତ ମୋହନ ପଣ୍ଡା ଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

Sunil Chandra Nayak

ଗୁରୁ ଘାସିଦାସ ବାବାଙ୍କ ୨୬୫ତମ ଅବତରଣ ଦିବସ ଓ ଧ୍ୱଜାରୋହଣ

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ଡ୍ରାଇଭର ମହାସଂଘ ପକ୍ଷରୁ ଏଡମିନ୍ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!