ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

ଚନ୍ଦାହାଣ୍ଡି(ମ ନି ସ) ଚନ୍ଦାହାଣ୍ଡି ଅଞ୍ଚଳରେ ଚୋର ଆତଙ୍କ ନେଇ ଅଞ୍ଚଳ ବାସୀ ଭୟଭୀତ ରହିଥିବା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ଚନ୍ଦାହାଣ୍ଡି ଥାନା ବୋରିଗୁଡl ଗ୍ରାମରେ ଚୋର ସନ୍ଦେହ ରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ କୁ ପ୍ରେରଣ କରିଛି । ସୂଚନା ରୁ ପ୍ରକାଶ ଗତ ସୋମବାର ବିଳମ୍ବିତ ରାତିରେ ବୋରିଗୁଡା ଗ୍ରାମର ଦିବାଚନ ସାହୁଙ୍କ ଟ୍ରାକ୍ଟର ଟ୍ରଲିର କିଛି ଜିନିଷ କୁ ଚୋରି କରିନେଉଥିବା ସମୟରେ ବୋରିଗୁଡା ମୁସଲିମ ସାହିର କିଛି ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ । ଚନ୍ଦାହାଣ୍ଡି ପୁଲିସ ବୋରିଗୁଡା ଗ୍ରାମର ତୁଲସିରାମ ବାରିକ, ରାଇଘର ଥାନା ମୁଣ୍ଡିବେଡା ଅଞ୍ଚଳର ନାଗେଶ ଏବଂ ଧୂପକୋଟ ଗ୍ରାମର ମନୁ ମାଝୀ କୁ ଥାନାରେ ଆଣି ଅଟକ ରଖି ପଚରାଉଚରା କରିଥିଲେ । ଏନେଇ ଆଜି ବୋରିଗୁଡl ଗ୍ରାମର ଦିବାଚନ ସାହୁ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଏତଲା ଦେବା ପରେ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୯୬/୨୨ ପ୍ରକାରେ ଆଇପିସିର ଧାରା ୩୭୯/୩୪ ରେ ଗିରଫ କରି ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତକୁ ପ୍ରେରଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାପରେ ଜେଲ୍ ହାଜତକୁ ପଠେଇ ଦିଆଯାଇଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।ଏ ଏସ ଆଇ ଲଳିତ ମୋହନ ପଣ୍ଡା ଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦଘାଟନ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ପ୍ରାଥମିକ ସିଟି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!