ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳ ବିରୋଧୀ ପାଇଁ ଇଂ ରାମଚନ୍ଦ୍ର ହାଁସଦା ଙ୍କ ବିଦା ନେଇ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀଙ୍କ ଘୋଷଣା

ମୟୂରଭଞ୍ଜ -୧୭/୮/୨୨ (ମସିହା) ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା କିଛି ମାସ ହେଲା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ଦଳ ପାଖରୁ ପ୍ରକାଶ ପାଇଛି ।ତେଣୁ ତାଙ୍କୁ ଦଳର ସଚିବ ପଦରୁ ହଟାଇ ଦିଆଯାଇଥିଲା ।ପରେ ସେ ଦଳର ସୁପ୍ରିମୋଙ୍କ ସହ ପରାମର୍ଶ ନ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ।ଗତ ୧୬ ଅଗଷ୍ଟ ରେ ମଧ୍ୟ ରାଇରଙ୍ଗପୁର ପିସିଏମ ଭବନରେ ଦଳର ସୁପ୍ରିମୋଙ୍କ ପରାମର୍ଶ ନ ନେଇ ସାଂଗଠନିକ ବୈଠକ କରିଥିବାରୁ ସେଠାରେ ଉତେଜନା କିଛି ସମୟ ପାଇଁ ହୋଇଥିଲା । ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।ଶେଷରେ ଆଜି ଅପରାହ୍ନରେ ରାଇରଙ୍ଗପୁରସ୍ଥ ଦଳୀୟ କାର୍ଯ୍ୟାଳୟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ ଏକ ଖବରଦାତା ସମ୍ମିଳନୀରେ ଦଳ ବିରୋଧୀ କାର୍ଯ୍ୟ ନେଇ ଦଳ ତରଫରୁ ଇଂ ରାମଚନ୍ଦ୍ର ହାଁସଦାଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ ଘୋଷଣା କରିଥିଲେ ।ସେ କହିଥିଲେ ଦଳ ଆଗ ।ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।ଦଳ ବିରୋଧୀ ନିଜକୁ ସୁଧାରନ୍ତୁ ନଚେତ୍ ଦଳ ଛାଡି ଚାଲି ଯାଆନ୍ତୁ ।ଖଵରଦାତା ସମ୍ମିଳନୀରେ ତାଙ୍କ ସହିତ ଝାମୁମୋ ରାଜ୍ୟ ଉପସଭାପତି ପ୍ରହଲ୍ଲାଦ ପୂର୍ତି,ଦୁବରାଜ ନାଗ,ପବନ କୁମାର, ରଣଜିତ ସିଂ,ସୁନିଲ ମାଝୀ,ସାଲୁ କିସ୍କୁ, ସେକ୍ ଅବଦୁଲ ମାନାନ୍,ଭାଗବତ ମାଝୀ,ସନାତନ ମୁଣ୍ଡା ,କାଳିଚରଣ ଟୁଡୁ, ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଥିଲେ ।ତଦସହ କୁଳିଅଣା ରିତୟନୀ ଆଇଟିଆଇରେ ଶିକ୍ଷାନୁଷ୍ଠାନର କତୃପକ୍ଷ ଆଦିବାସୀ ଛାତ୍ରମାନଙ୍କୁ ମାଡ ମାରିବା, ଶିକ୍ଷା ଦାନରେ ଅନିୟମିତତା କରିବା ନେଇ ମୁଖ୍ଯ କୃତୃପକ୍ଷଙ୍କୁ ଗିରଫ କରିବା,ଆଇଟିଆଇ ବନ୍ଦ କରିବା ଏବଂ ପିଲାମାନଙ୍କୁ ସରକାରଙ୍କୁ ପକ୍ଷରୁ ଅନ୍ୟତ୍ର ପାଠ ପଢ଼ାଇବା ନେଇ ଝାମୁମୋର ସମର୍ଥନରେ ଆଜିର ମୟୂରଭଞ୍ଜ ବନ୍ଦ ସଂପୁର୍ଣ୍ଣ ସଫଳ ଓ ମୟୂରଭଞ୍ଜ ବାସୀ ଶାନ୍ତି ଶୃଙ୍ଖଳାର ସହ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସଫଳା ଦାସ ଙ୍କ କବିତା ପ୍ରଶଂସା

Sunil Chandra Nayak

ଆମ୍ବୁଲାନ୍ସ ଅପହଞ୍ଚ , ଏପଟେ ଅଞ୍ଚଳରେ ଝାଡାବାନ୍ତି ପ୍ରକୋପ ବୃଦ୍ଧି

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଓଡ଼ିଆ କବି, ଗାରିମା ଛବି 

Leave a Comment

error: Content is protected !!