ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

 ମୟୂରଭଞ୍ଜ:- ୧୮/୦୮/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।  ବହଳଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଥିବା ବେଳେ ବହଳଦା ରାଧା,କୃଷ୍ଣ ମନ୍ଦିରରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନର ସହ ପୂଜାପାଠ ସମ୍ପନ୍ନ ହୋଇଯାଇଛି। ସେହିପରି ବିଞ୍ଝୁଆ ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ପାଳିତ ହୋଇଯାଇଥିବା ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ଉତ୍ସବରେ ଅରୁଣ ବର୍ଗରୁ ଅଷ୍ଟମ ଶ୍ରେଣୀ ବର୍ଗର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଅଭିଭାବକ, ଅଭିଭାବିକା ଏବଂ ଗୁରଜୀ, ଗୁରୁମା ମାନଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି। ଏହି ଅବସରରେ କୁନି କୁନି ପିଲା ମାନଙ୍କୁ ସୁସଜ୍ଜିତ ରାଧା, କୃଷ୍ଣ ବେଷରେ ଶଙ୍ଖ ଓ ଘଣ୍ଟା ନାଦରେ ଗ୍ରାମ ପରିକ୍ରମା କରାଯାଇଥିଲା। ପରିକ୍ରମା ବେଳେ ଶଙ୍ଖ ଓ ଘଣ୍ଟା ନାଦରେ ସୃଷ୍ଟି ହୋଇଥିବା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରତ୍ୟକ ଘରୁ ମହିଳା ମାନେ ରାଧା, କୃଷ୍ଣ ବେଶରେ ଥିବା ଶିଶୁ ମାନଙ୍କୁ ବନ୍ଦନା କରିବା ସହ ହଳଦୀ ପାଣିରେ ପାଦ ଧୋଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସଂପାଦକ ଚମ୍ପେଶ୍ବର ସାହୁ, ସହ ସଂପାଦକ ବୁଲା ସର୍ଦ୍ଧାର, ସଭାପତି ବିଜୟ ମହାପାତ୍ର, ଉପସଭାପତି କାରିଆ ମାଝୀ, ଉତ୍ସବ ପ୍ରମୁଖ କ୍ରୀଷ୍ଣା ମହାକୁଡ’ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଏଥିରେ ପ୍ରଧାନ ଗୁରୁଜୀ ହାରାଧନ ସେଠୀ, ଶିବ ଗୁରୁଜୀ, ରାଜକୁମାର ଗୁରୁଜୀ, ଗଣେଶ ଗୁରୁଜୀ, ଫୁଲ ଗୁରୁମା, ରଶ୍ମୀ ଗୁରୁମା, ବନିତା ଗୁରୁମା ଏବଂ ଦୀପିକା ଗୁରୁମା ସହଯୋଗ ପ୍ରଦାନ କରିଥିଲେ। ଅତିଥି ଭାବେ ଶିଶୁ ସାହିତ୍ୟିକ ସୁଧୀର କୁମାର ବସା ଏବଂ ବିଞ୍ଝୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀରମୋହନ ମହାପାତ୍ର ଯୋଗଦେଇ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ଝରାଡିହି, ଗମ୍ଭାରିଆ ଏବଂ ବାସିଙ୍ଗି ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ରିପୋର୍ଟ

Related posts

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା, ପରିଚାଳନା ପାଇଁ ସୃଷ୍ଟି ହେବ ୫୬୩ଟି ନୂଆ ପଦବୀ

Sunil Chandra Nayak

ଅପସଂସ୍କୃତି ବିହୀନ ଲୋକ ନାଟ୍ୟ ପରିବେଷଣ ନିମନ୍ତେ ବୈଠକ ଅନୁଷ୍ଠିତ

Sunil Chandra Nayak

ଅର୍ଦ୍ଧେନ୍ଦୁଙ୍କୁ ନିସର୍ତ୍ତ ଖଲାସ ଦାବିରେ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଦାବିପତ୍ର

Leave a Comment

error: Content is protected !!