ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକତା କ୍ଲଷ୍ଟର ତରଫରୁ ସ୍ବାଧୀନତା ଦିବସ ପାଳନ

ରାଉରକେଲା/ ସେକ୍ଟର ୨୦ ନେହେରୁପଲ୍ଲୀ ସ୍ଥିତ ଏକତା କ୍ଲଷ୍ଟର ତରଫରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । କ୍ଲଷ୍ଟର ସଭାପତି ଲିଲିମା ଜୟସିଂହ ଙ୍କ ସଭାପତିତ୍ବ ଓ ସଂପାଦକ ରୀତା ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଜେଡି ସଭାପତି ଆର୍ତ୍ତ ମହାରଣା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଗଣେଶ ଜୟସିଂହ ଓ ପହଲି ନାୟକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ଯ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶିବ ପରିବାର, ମା ବଗଳାମୁଖି,ମା ସମଲେଶ୍ବରୀ, ମହିଳା ଚେତନା, ମା ମଙ୍ଗଳା, ମହିଳା ବିକାଶ, ମହିଳା ଶକ୍ତି, ଖୁସବୁ, ସତ୍ୟସାଇ, ମା ଗୋଜବାୟାଣୀ, ତିରୁପତି, ବାଲାଜୀ, ମା ଭବାନୀ ଏସଏଚଜି ର ସମସ୍ତ କର୍ମକର୍ତ୍ତାଙ୍କ ସହ ନେହେରୁପଲ୍ଲୀ ଆଶାକର୍ମୀ ରୀନା କିଶାନ,ରୁକସନା ବେଗମ, ଜାନକୀ ଦେବୀ,ଗୀତା ଦେବୀ,ଅଲପନା ପାଲ, ଆଶା ଦାସ,ଉମା ରାୟ, ମାନସୀ ଜୟସିଂହ,ତାହିରା ଖାତୁନ,ପୁନମ ବେଗମ ପ୍ରମୁଖ ଦେଢଶହରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲା – କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Sunil Chandra Nayak

କୃଷକ ଓଡିଶା ପଞ୍ଜିକରଣ ଓ ଇ _ KYC କରିବାକୁ ନେଇ ବୈଠକ

Sunil Chandra Nayak

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା, ଜମି ଅଛି, ଜାଗା ଅଛି : ସରକାର ବୁଲାଇନେଲେ ମୁହଁ

Sunil Chandra Nayak

Leave a Comment

error: Content is protected !!