ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବ୍ରହ୍ମ ଅଭିଶାପ ପଡୁ ମୋ ଉପରେ
     ଜଗତ ଉଦ୍ଧାର ହେଉ
ଯେମିତି ଚାହିଁଛି ସେମିତି ଚାହିଁ ଥା
     ଆହେ ଚକା ମହାବାହୁ।
ଧରଣୀର ଦୁଃଖ ନିତି ବଢ଼ି ଚାଲେ
    କିଏବା ବୁଝିବ ଆଉ
ପ୍ରଭୁ ତୁମେ ଥାଉ ଆଉ କାହା ପାଶେ
    ହାତ ପତାଇବି ଆଉ।
ସବୁ ଛାଡ଼ି ଦେଲି ଭରସା ରହିଲି
    ବୁଝିବ ମୋ ଭାବ ଦିନ
ଦୁଃଖ ର ସଂସାର ଏଆଖି ଦେଖୁଛି
    ଦୟାକର ପ୍ରଭୁ ଦୀନ।
ତୋ ବାନା ଚାହିଁ କି ଦିନ କଟି ଯାଉ
    ଏତିକି କରୁଛି ଅଳି
ଜପୁଥିବି ଖାଲି ତୋ ନାମ ଧରି କି
    ଭଜୁଥିବି ଜପାମାଳି।
ଦିଅ ମନ୍ତ୍ର ଟିକେ ଧରା ଦୁଃଖ କଷ୍ଟ
    ଚିରଦିନ ସଦା ଯାଉ
ତୋ ଦର୍ଶନ କରି ବାଇଶି ପାହାଚେ
   ଦୁଃଖ ଶୁଣ ମହାବାହୁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

Sunil Chandra Nayak

ନୂତନ ଭାବରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!