ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ ଟ୍ରକ ମୁହାଁ ମୁହିଁ 2 ଗୁରୁତର

ପାପଡାହାଣ୍ଡି, 19/8, ମନିସ — ପାପଡାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡକା ନିକଟରେ ଶୁକ୍ରବାର ସକାଳୁ ଏକ ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି | ସେମାନଂକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ଜୟପୁର ଭବାନୀ ପାଟଣା ଯାଉଥିବା ସରକାରି ବସ OD 08G 7053 ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ TS 06UC 3598 ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଖବର ପାଇ ମୈଦଲପୁର ପୋଲିସ ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ବସର ଜଣେ ମହିଳା ଆହତ ହୋଇଛନ୍ତି | ଦୁର୍ଘଟଣା କାରଣ ଜଣାପଡ଼ିନାହିଁ | ଦୁର୍ଘଟଣା ପରେ ଜାତୀୟ ରାଜପଥ ବହୁ ସମୟ ଧରି ଅବରୋଧ ହୋଇଥିଲା | ପରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଗାଡି ଗୁଡିକୁ ହଟାଇ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଭାରତ ବନ୍ଦ କୁ ସମର୍ଥନ ଜଣାଇ ଖଡ଼ିଆଳଠାରେ ୧ ଘଂଟା ପାଇଁ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ

Leave a Comment

error: Content is protected !!