ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣିରେ ପଡି ଯୁବକର ମୃତ୍ୟୁ, ସନ୍ଦେହରେ ପରିବାର

ବାଲେଶ୍ଵର,୧୯/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଯାଇଛି ଅଘଟଣ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଆଜି ତା ୧୯/୮/୨୨ ରିଖ ସକାଳେ କୋଚିଆକୋଇଲିସ୍ଥ ବାସନ୍ତୀ ଦୁର୍ଗା ମଣ୍ଡପ ନିକଟ ନାଳରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସଂଗେ ସଂଗେ ଖବର ସମୃକ୍ତ ଅଞ୍ଚଳରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାଳ ମଧ୍ୟରୁ ମୃତଦେହ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ କୋଚିଆକୋଇଲି(ଗୁଳାଗଡିଆ) ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁତ୍ର କୈଳାସ ଚନ୍ଦ୍ର ଦାସ ୨୬ ବର୍ଷ ବୟସ ବୋଲି ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତଦନ୍ତକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ଗାଁ ଲୋକେ

Sunil Chandra Nayak

ଜିଲ୍ଲା କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!