ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୧ ୟୁନିଟ ରକ୍ତ ସଂଗ୍ରହ

ଜୁନାଗଡ଼ ୧୯/୮ ( ମ.ନି .ସ)  ରକ୍ତ ଅଭାବରୁ କାହାରିକୁ ମଧ୍ୟ ମରିବାକୁ ଦେବୁ ନାହିଁ ବୋଲି ସଂକଳ୍ପ କରିିବା ସହ ଆଗାମୀ ଦିନରେ ରକ୍ତଦାନ କାର୍ଯ୍ୟକ୍ରମରେ ଆହୁରି ଅନେକ ଲୋକ ଯୋଡ଼ି ହୋଇ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ଜୁନାଗଡ଼ସ୍ଥିତ ସଂସ୍କୃତି ଭାବନ ଠାରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଥିଲେ । ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ଜୁନାଗଡ ସମ୍ବାଦ ପ୍ରତିନିଧି ବିଭୁ ପ୍ରସାଦ ପାଢୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ମୁଖ୍ୟବକ୍ତା ଜୁନାଗଡ଼ ଡାକ୍ତର ଖାନାର ଡାକ୍ତର ପ୍ରଦୀପ୍ତ ବାରିକ, ସମ୍ମାନୀତ ଅତିଥି ଭାବେ ନବମ ଆଇଆରବି ବାଟାଲିୟନର ଆସିଷ୍ଟାଣ୍ଟ କମଣ୍ଡେଣ୍ଟ ମହେନ୍ଦ୍ର ଭୋଇ, ସମ୍ବାଦ ଜିଲ୍ଲା ପ୍ରତିନିିଧି ଦେବେନ୍ଦ୍ର ବିଶି , ଜୁନାଗଡ଼ ସାମ୍ବାଦିକ ସଙ୍ଘ ସଭାପତି ହିମାଂଶୁ ଶେଖର ବରାଡ଼, ବଣିକ ସଙ୍ଘ ସଭାପତି ପ୍ରଭାତ କୁମାର ଦାଶ, ଶିକ୍ଷକ ବିଜୟ ପାଢ଼ୀ , ସମାଜ ସେବୀ ଦୀପକ ରଂଜନ ସାହୁ , ଜୁନାଗଡ଼ ଉପ ନଗରପାଳ ହିମାଦ୍ରୀ ନାଏକ, କାଉନସିଲର ହିମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ନାଏକ, ମାଧବୀ ବାଗ, ମଞ୍ଜୁଲତା ସେଠୀ, ମିନତୀ ମାଝୀ, ଚକ୍ର ବାଗ, ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ସମ୍ବାଦର ଚିଳିଗୁଡା ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜୁନାଗଡ଼ ପ୍ରତିନିଧି ବିଭୁ ପ୍ରସାଦ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥରେ ମୃତ୍ୟୁଞ୍ଜୟ ବାଗ, ପ୍ରଦୀପ୍ତ କୁମାର ନାଏକ, ଦୁର୍ଯ୍ୟୋଧନ ମାଝୀ ,ପ୍ରଦ୍ୟୁମ୍ନ ନାଏକ, ପ୍ରତାପ ନିଆଲ, ଆଶିଷ ବିଶି, ଶୁଶାନ୍ତ କୁମାର ବିଶି, ଦେବେନ୍ଦ୍ର ପ୍ରଧାନ, ଆଶିଷ କୁମାର ଶାବତ, ଧନଞ୍ଜୟ ପ୍ରଧାନୀ, କମେଶ ମାଝୀ, ସତ୍ୟ ନନ୍ଦ ପଣ୍ଡା, ମନୋଜ ସାହୁ, ଶଙ୍କର ପଟନାୟକ, ସନ୍ତୋଷ ପରିଡା, ସତ୍ୟ ନାରାୟଣ ନାଏକ, ସୁଦନ ସାହୁ, ପ୍ରଦୀପ୍ତ ବାରିକ, ଅବିନାଶ ପଟେଲ, ହୀରାଦ୍ରୀ ନାଗ, ସଦାନନ୍ଦ ମେହେର, ଜଗଦୀଶ ମେହେର, ଶିବଶକ୍ତି ଶାବତ, ପ୍ରଶାନ୍ତ ଖରସେଲ, ବିଭୁ ପ୍ରସାଦ ପାଢ଼ୀ, ନରେନ୍ଦ୍ର ମାଝୀ, ରମେଶ ଚରଣ ବିଶ୍ୱାଲ, ସୁଧୀର ସତପଥୀ, ସମ୍ପୂର୍ଣ୍ଣ ମହାରଣା, ସୁମନ୍ତ ଗୋପାଳ ସମେତ ୩୧ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ଭବାନୀପାଟଣା ବ୍ଲଡ଼ବ୍ୟାଙ୍କର ଲେବଟେକନିସିଆନ ସଞ୍ଜୀବ ମହାଖୁଡ଼, ଅଜିତ କୁମାର ନାଏକ, ତେଜରାଜ ଦଣ୍ଡସେନା ଅଟେଣ୍ଡାଣ୍ଟ ଗିରିଷ ନାୟକ ପ୍ରମୁଖ ପାରିଚଳନା କରିଥିଲେ । କାର୍ଯ୍ୟକ୍ରମରେ ଜୁନାଗଡ଼ ସାମ୍ବାଦିକ ସଙ୍ଘର ଉପସଭାପତି ଉତ୍ତମ ଦାଶ, ସମ୍ପାଦକ ନରେନ୍ଦ୍ର କ୍ଷୀତି, ସମ୍ବାଦିକ ଖଗେଶ୍ବର ଧଙ୍ଗଡାମାଝୀ, ରବିଶଙ୍କର ସୁନାନୀ, କୁମାର ମଣି ଦୁର୍ଗା, ରଜନୀକାନ୍ତ ମିଶ୍ର, ଦୁର୍ଯ୍ୟୋଧନ ମାଝୀ,ଗଙ୍ଗାଧର ମେହେର, କୁଳମଣି ନାଏକ, ଇନ୍ଦ୍ରଜିତ ବଣୁଆ, ଶଙ୍କର ପଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସ

Sunil Chandra Nayak

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!