ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା,୨ ଡ୍ରାଇଭର ସମେତ ଯାତ୍ରୀ ଗୁରୁତର

କୋକସରା,୧୯/୮- ( ମ ନି ସ) କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିର ଖଡକା ନିକଟରେ ଶୁକ୍ରବାର ସକାଳୁ ଏକ ସରକାରୀ ଯାତ୍ରୀବାହୀ ବସ ଓ ବିପରୀତ ଦିଗରୁ ଆସୁଥିବା ଟ୍ରକ ମଧ୍ୟରେ ଧକ୍କା ହୋଇଥିବା ବେଳେ ଧକ୍କା ଏତେ ତୀବ୍ର ଥିଲା ଯେ ବସ ଓ ଟ୍ରକ ର ଆଗପଟ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ଦୁଇ ଗାଡିର ଡ୍ରାଇଭର ସମେତ ବସ ର ଜଣେ ମହିଳା ଯାତ୍ରୀ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କୋକସରା ଓ ଧର୍ମଗଡ ଅଗ୍ନିଶମ କର୍ମଚାରୀ ଙ୍କୁ ଡକାଇ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ।ଦୁର୍ଘଟଣା ହୋଇଥିବା ସୀମା ନବରଙ୍ଗପୁର ଜିଲ୍ଲା ର ହୋଇଥିବା କାରଣରୁ ମୈଦଳପୁର ପୁଲିସକୁ ଖବର ଦେବାପରେ ମୈଦଳପୁର ଓ ପାପଡାହାଣ୍ଡି ପୁଲିସ ସମେତ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଜୟପୁର ରୁ ଭବାନୀପାଟଣା ଯାଉଥିବା ସରକାରୀ ବସ ଓଡ଼ି.୦୮.ଜି ୭୦୫୩ ଓ ଟ୍ରକ ନମ୍ବର ଟି.ଏସ ୦୬ ୟୁସି ୩୫୮୯ ମଧ୍ୟରେ ଦୁର୍ଘଟଣା ପରେ ଜାତୀୟ ରାଜପଥ ୨୬ ରେ ପ୍ରାୟ ୩ ଘଣ୍ଟା ଧରି ଉଭୟ ପଟୁ ଯାତାୟାତ ପ୍ରଭାବିତ ହୋଇଥିଲା । ପରେ ଦୁର୍ଘଟଣା ଗ୍ରସ୍ତ ବସକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ଡ୍ରାଇଭର ଓ ଯାତ୍ରୀଙ୍କୁ ପାପଡାହାଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର ପରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା କାରଣ ଜଣାପଡ଼ିନାହିଁ | ମୈଦଳପୁର ପୁଲିସ ଏ ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଲିଛି।

Related posts

ଜୀବନ ଜ୍ୟୋତି କ୍ଲବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!