ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅନ୍ଵେଷଣ

ଅନ୍ଵେଷଣ

ନଳିନୀ ପ୍ରଭା ମିଶ୍ର

ନିଦ ଖୋଜୁଥାଏ ସ୍ଵପ୍ନ ରାଇଜକୁ
  ମନ ଲୋଡୁଥାଏ ମନ
କାମନା ବହ୍ନି ର ପ୍ରଜ୍ବଳିତ ଜ୍ଜାଳା
  ଦେହ କରେ ଅନ୍ବେଷଣ।
ଫୁଲ ଖୋଜୁଥାଏ ଭ୍ରମର ପରଶ
  ଚକୋର ଚନ୍ଦ୍ରମା ରାତି
ତୃଷିତ ଚାତକ ଜୀମୂତ କୁ ଖୋଜେ
   ଯ ଉବନ ପାଇଁ ପ୍ରୀତି।
ତଟିନୀ ଖୋଜ ଇ ଅଗ୍ରସର ପଥ
  ସିନ୍ଧୁ ର ମିଳନ ପାଇଁ 
ଲମ୍ଫଟ ଖୋଜ ଇ ସୁବର୍ଣ୍ଣ ସୁଯୋଗ
   ପରକୀୟା ପ୍ରେମ ନେଇ।
କବିତା ଖୋଜ ଇ ଉଚିତ ସ୍ଥାନଟେ
   ନିଜ ପରକାଶ ଲାଗି
ଦେଶ ସେବା ପଥେ ଦେଶ ପ୍ରେମ
   ଭାବ ଉଠିଥାଏ ସଦା ଜାଗି।
ଲତା ର ଆଶ୍ରୟ ମହାନ୍ ଶାଖାଟେ
  ଗବେଷକ ଅନ୍ବେଷଣ
ପରୀକ୍ଷା ନିରୀକ୍ଷା ତୀକ୍ଷ୍ଣ ବୁଦ୍ଧି ବଳେ
  ବୈଜ୍ଞାନିକ ଦୃଷ୍ଟି କୋଣ।
ସମୁଦ୍ର ଗର୍ଭରେ ରତ୍ନ ଅନ୍ବେଷଣ
  ଜଳ ପଥ ଆବିଷ୍କାର
ପ୍ରତ୍ନତତ୍ତ୍ଵ କାରୀ ମୃତ୍ତିକା ଖନନେ 
  କରେ ଅତୀତ ଉଦ୍ଧାର।
କର୍ମ ର ଉଦ୍ୟୋଗୀ ଖୋଜେ କର୍ମ
  ସ୍ଥଳ କର୍ମରେ ନିଯୁକ୍ତି ପାଇଁ 
ସାଧକ ସିଦ୍ଧି ର ମାର୍ଗ ଖୋଜି ବୁଲେ
  ଜ୍ଞାନ ପ୍ରାପ୍ତ ଲକ୍ଷ୍ୟ ନେଇ।
ଭୂମି ଠାରୁ ଭୂମା ପରିବ୍ୟାପ୍ତ ସୀମା
   ଅନ୍ବେଷଣ ମହା ଭାବ
ଅନ୍ବେଷଣ ବିନା ସଫଳତା ପ୍ରାପ୍ତି
  କିବା ! ହୁଅଇ ସମ୍ଭବ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

କବିତା ସାହୁ ଙ୍କ କବିତା ଶୀତଳ ପରଶ

Sunil Chandra Nayak

ସାଲୁଙ୍କି ନଈରେ ଭାସି ଯିବା ଯୁବକର ଶବ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶୁଭ ଦୀପାବଳି

Sunil Chandra Nayak

Leave a Comment

error: Content is protected !!