ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତିଏ ପାଣି ନାଳ ପାର ହୋଇ ମସାଣୀ କୁ ଗଲା ଶବ 

ଚନ୍ଦାହାଣ୍ଡି ୨୦/୮(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଂଚାୟତ ଅଧିନ ଚକାମାଲ ଗ୍ରାମ ରେ ମଶାଣୀ କୁ ଯିବା ପାଇଁ ରାସ୍ତା ନଥିବା ସହ ଗାଁ ରେ ଯାଇ ଥିବା ନାଳ ରେ ପୁରୁଣା କାଳିଆ କମ୍ ଉଚ୍ଚତା ର ପୋଲ ଯୋଗୁଁ , ଶବ ସତ୍କାର ପାଇଁ ପରିଜନ ଏବଂ ବାନ୍ଧବ ମାନେ ନାଳ ର ଛାତିଏ ପାଣି ପାର୍ କରି ଅତି କଷ୍ଟ ର ସହ ନାଳ ସେପଟ ମଶାଣୀ କୁ ନେଇ ଶବ ସତ୍କାର କରି ଥିଲେ । ଯାହା କୁ ନେଇ ଏଠାକାର ଜନସାଧାରଣ ଙ୍କ ମନରେ ତିବ୍ର ଅସନ୍ତୋଷ୍ଟ ଦେଖା ଦେଇଛି । ଏ ଦିଗରେ ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।ପ୍ରାପ୍ତ ସୂଚନାନୁସାରେ ଚକାମାଲ ଗ୍ରାମ ର ହରିଜନ ସାହି ର ମନିରାମ ସୁନାନୀ (୫୮) ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ରୁ ରୋଗ ରେ ପିଡିତ ଥାଇ , ଶନିବାର ଦିନ ସେ ମୃତବରଣ କରି ଥିଲେ l ମଶାଣୀ ଗାଁ ନାଳ ସେ ପଟେ ଥିବା ସହ ଲଗାଣ ବର୍ଷା ରେ ନାଳ ରେ ବନ୍ୟା ପାଣି ଛାତିଏ ଜମି କି ରହିଥିଲା । ନାଳ ରେ ଥିବା ୮୦ ଦଶକ ରେ ନିର୍ମିତ ପୋଲ କମ ଉଚତା ବିଶିଷ୍ଟ ହୋଇ ଥିବାରୁ ଏହା ଉପରେ ଦୁଇଫୁଟ ପାଣି ଥିବା ରୁ ଅନ୍ୟ ଉପାୟ ନ ପାଇ ପରିଜନମାନେ ଅତି କଷ୍ଟ ର ସହ ଶବ କୁ ଛାତିଏ ପାଣି ରେ କାନ୍ଧ ରେ ବୋହି ନାଳ ସେପଟେ ଥିବା  ମଶାଣୀ କୁ ନେଇ ଶବ ସତ୍କାର କରି ଥିଲେ ।ପ୍ରଶାସନ ଦ୍ୱାରା ମଶାଣୀ ଗ୍ରୁହ ଦିଆ ଯାଇ ନ ଥିବା ରୁ ବର୍ଷା ପାଣି ରେ ତିନ୍ତି ତିନ୍ତି ଶବ ସତ୍କାର କରି ଥିଲେ । ଏହା କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ୍ଟ ଦେଖାଦେବା ସହ ତୁରନ୍ତ ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନବା କୁ ଦାବୀ କରିଛନ୍ତି । ପ୍ରକାଶ ଥାଉକି ଚକାମାଳ ଏବଂ ଅନକାବେଡା ପଂଚାୟତ ସଦର ମଝିରେ ଏକ ନାଳ ରହିଛି । ୮୦ ଦଶକ ରେ ତତ୍କାଳୀନ ଅନକାବେଡା ପଂଚାୟତ ସରପଂଚ ସ୍ୱର୍ଗତ ମୁକୁନ୍ଦ ପାଣ୍ଡେ ଙ୍କ ପ୍ରଚେଷ୍ଟା ରେ ଏକ କମ ଉଚ୍ଚତା ର ପୋଲ ନିର୍ମାଣ କରା ଯାଇଥିଲା । ବର୍ତମାନ ଏହା ଭଗ୍ନ ଅବସ୍ଥା ରେ । ଏହାରି ଭିତରେ ଅନକାବେଡା ଠାରୁ କୋନ୍ଦିଓଡା ଛକ ପ୍ରର୍ଯ୍ୟନ୍ତ ଆର୍ ଡି ରୋଡ ତିଆରି ହୋଇଛି । ଆର୍ ଡି ରୋଡ ତିଆରି ହୋଇ ଥିଲେ ମଧ୍ୟ ପୁରୁଣା ପୋଲ କୁ ଉଚ୍ଚତା ଭାବରେ ନିର୍ମାଣ କରା ନ ଯାଇ ଏହାରି ଉପରେ ପିଚୁ ପକାଇ କାମ ସାରି ଦେଇଛନ୍ତି । ବର୍ଷା ମାସରେ ନାଳ ବନ୍ୟାପାଣି ରେ ଫୁଲି ଉଠିଲେ ପୋଲ ଉପରେ ୩ ରୁ ୪ ଫୁଟ ଚଢି ଅନକାବେଡା ଏବଂ ଚକାମାଳ ର ଯୋଗା ଯୋଗ ବିଛିନ୍ନ ହୋଇ ପଡିଥାଏ । ସେ ପଟେ ଥିବା ବିଲ କୁ କିମ୍ବା ପଂଚାୟତ କାର୍ଯ୍ୟଳୟ କୁ ଗଲେ ଲୋକଙ୍କୁ ୫ କି ମି ବରିଗୁଡା ଛକ ଦେଇକି ଜିବା କୁ ପଡିଥାଏ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏ ବାବଦ ରେ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ଙ୍କୁ ଗୁହାରି କଲେ ହଁ ରେ ହଁ ମାରି କେବଳ ମାପ ନେଇ ସେମାନେ ଉଭାନ ହୋଇ ଜାଉଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏ ସଂପର୍କ ରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେଶ ସୋରେନ କୁ ପଚାରିବା ରୁ ଏହା କୁ ଉଚ୍ଚତା ବିଶିଷ୍ଟ କରି ନିର୍ମାଣ କରା ଯିବା ପାଇଁ ପଦକ୍ଷେପ ନିଆଜିବ ବୋଲି ସେ ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

   ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!