Uncategorizedଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଲୀଳାମୟ କୃଷ୍ଣ by Sunil Chandra NayakAugust 21, 2022079 Share0 ଲୀଳାମୟ କୃଷ୍ଣ ଶ୍ରୀମତୀ ସ୍ନେହ ମିଶ୍ର ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ ଧରାପୂଷ୍ଠେ ଅବତାର | ଅଷ୍ଟାଙ୍ଗ ଯୋଗର ଅଷ୍ଟମ ଅବସ୍ଥା ତୁମେ ପ୍ରଭୁ ଯୋଗେଶ୍ଵର ||1|| ଭିନ୍ନ ଭକ୍ତି ଭାବେ ଅବତାର ବାଦେ ଅଷ୍ଟମ ଟି ତୁମ ସ୍ଥାନ ଅଷ୍ଟଧା ପ୍ରକୃତି ଅଷ୍ଟ ପାଟରାଣୀ କରୁଛନ୍ତି ତୁମ ଧ୍ୟାନ ||2|| ଦୈବୀ ଗୁଣକୁ ଆଶ୍ରୟ କରି ବ୍ରହ୍ମଜ୍ଞାନ ପ୍ରକଟିତ | ସଂସାର ସିଙ୍କୁଳି ଫିଟିଯାଏ ସବୁ ଯମୁନାରେ ଭକ୍ତି ସ୍ରୋତ ||3|| ସୃଷ୍ଟି ସ୍ଥିତି ଲୟ ତୁମରି ତ ଖେଳ ସବୁରି ଭିତରେ ତୁମେ | ଅଭେଦ ଦର୍ଶନେ ଭେଦଭାବ ନାହିଁ କେବଳ ତୁମେ ହିଁ ତୁମେ ||4|| ସଂସାର ରୂପକ ଅଶ୍ଵତ୍ଥ ବୃକ୍ଷର ତୁମେ ମୂଳ ଅଗୋଚର | ତୁମରି ସତ୍ତାରେ ମିଥ୍ୟା ସଂସାରଟି ସତ୍ୟସଦୃଶ ଗୋଚର |5|| ସମ ଭାବାପନ୍ନ ସର୍ବପ୍ରାଣୀମଧ୍ୟେ କୃପାଦୃଷ୍ଟି ପ୍ରଦାୟକ | ସାଧୁସନ୍ଥ ପାଇଁ ଆନନ୍ଦର ଜ୍ୟୋତି ଖଳ ଦୁଷ୍ଟ ସଂହାରକ ||6|| ଆହେ ମାୟାପତି ଦେବତା ଦାନବ ତୁମରି ମାୟାର ସୃଷ୍ଟି | କର୍ତ୍ତାପଣର ଅହଙ୍କାର ହେତୁ କର୍ମଫଳ ଭୋଗୁଥାନ୍ତି ||7|| ଯୁଗେ ଯୁଗେ ତୁମେ ଅବତାର ଧରି ଲୀଳା କରୁଅଛ ପ୍ରଭୁ | ତୁମ୍ଭ ଗୁଣଗାନ ଭକ୍ତିଭାବେ ଗାଇ ତରୁଚନ୍ତି ଭବର୍ଣବୁ ||8||